Categories: ଖେଳ

ନେମାରଙ୍କ ପାଇଁ ଛାଡ଼ିଗଲେ ୧୦ ହଜାର କୋଟି ଟଙ୍କା: ଜାଣନ୍ତୁ କିଏ ସେ କୋଟିପତି…

ବ୍ରାସିଲିଆ,୮ା୯: ନିକଟରେ ପ୍ରାଣ ହରାଇଥିବା ବ୍ରାଜିଲର ଜଣେ ଧନୀ ବ୍ୟକ୍ତି ଫୁଟବଲ ସୁପରଷ୍ଟାର ନେମାରଙ୍କ ଲାଗି ୧୦ ହଜାରରୁ ଅଧିକ କୋଟି ଟଙ୍କା ଛାଡ଼ି ଯାଇଛନ୍ତି।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ବ୍ରାଜିଲର ଜଣେ କୋଟିପତି ତାଙ୍କ ଓ୍ବିଲ୍‌ରେ ନେମାରଙ୍କ ଲାଗି ୮୪୬ ମିଲିଅନ୍‌ ପାଉଣ୍ଡ୍ସ ବା ୧୦, ୦୭୭ କୋଟି ଟଙ୍କା ଛାଡ଼ି ଯାଇଛନ୍ତି। ନେମାରଙ୍କ ଭଳି ଉକ୍ତ କୋଟିପତିଙ୍କ ଦେଶ ବ୍ରାଜିଲ ହୋଇଥିଲେ ବି ଦୁହେଁ କଦାପି ପରସ୍ପରକୁ ଭେଟି ନ ଥିଲେ। ଉକ୍ତ ଅଜ୍ଞାତ କୋଟିପତିଙ୍କ ପତ୍ନୀ କିମ୍ବା କୌଣସି ଛୁଆ ନ ଥିଲେ। ତାଙ୍କର ଓ୍ବିଲ ପୋର୍ଟୋ ଆଲେଗ୍ରେ କାର୍ଯ୍ୟାଳୟରେ ଚୂଡ଼ାନ୍ତ ହୋଇଛି ଏବଂ ସେଥିରେ ଜୁନ ୧୨ ତାରିଖରେ ଦୁଇ ସାକ୍ଷୀଙ୍କ ହସ୍ତାକ୍ଷର ରହିଛି। ତେବେ ଏ ସଂକ୍ରାନ୍ତରେ ନେମାର କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

Share