ନବବିବାହିତାଙ୍କୁ ନିର୍ଯାତନା, ଦିବ୍ୟାଙ୍ଗ ବାପାଙ୍କୁ ମାଡ଼

ବଳଙ୍ଗା,୨୦ା୧(କେଦାରେଶ୍ୱର ନନ୍ଦ): ଅଧିକ ଯୌତୁକ ଦାବିରେ ବଳଙ୍ଗା ଥାନା ଅଧୀନ ସମେଇପୁର ଗ୍ରାମରେ ଜଣେ ନବବିବାହିତାଙ୍କୁ ନିର୍ଯାତନା ଦିଆଯିବା ସହ ତାଙ୍କ ଦିବ୍ୟାଙ୍ଗ ବାପାକୁ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମେଇପୁର ଗ୍ରାମର ସୁକାନ୍ତ ମୁଦୁଲିଙ୍କ ସ୍ତ୍ରୀ ସସ୍ମିତା ମୁଦୁଲିଙ୍କ ଅଭିଯୋଗ ଅନୁଯାୟୀ, ବର୍ଷକ ତଳେ ବୈଦିକ ରୀତିରେ ତାଙ୍କର ବିବାହ ହୋଇଥିଲା। ସେତେବେଳେ ଶାଶୁଘର ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ତେବେ ବିବାହର ୨ ମାସ ପରେ ସ୍ୱାମୀଙ୍କ ସମେତ ଶାଶୁଘର ଲୋକେ ଅଧିକ ଯୌତୁକ ପାଇଁ ତାଙ୍କୁ ନିର୍ଯାତନା ଦେବା ସହ ମାଡ଼ ମାରି ଘରୁ ବିଦା କରିଦେଇଥିଲେ। ଫଳରେ ସସ୍ମିତା ସେବେଠାରୁ ନିଜ ବାପଘରେ ରହୁଛନ୍ତି। ୪ଦିନ ତଳେ ସ୍ୱାମୀ, ଦିଅର ସେହି ଗ୍ରାମକୁ ଯାଇ ସସ୍ମିତା ଓ ତାଙ୍କ ବାପା କାହ୍ନୁଚରଣ ମୁଦୁଲିଙ୍କୁ ଗାଳିଗୁଲଜ କରି ମାଡ଼ ମାରିଥିଲେ।