ଅଲୋଡ଼ା  ହେଲା ନବଜାତ, ଭାସୁଛି ମୃତଦେହ: ଏ ଯାଏଁ ପହଞ୍ଚିଲାନି ପ୍ରଶାସନ

ଜଗନ୍ନାଥ ପ୍ରସାଦ,୪।୧୧(ବିଭୁ ପ୍ରସାଦ ପଟ୍ଟନାୟକ): ଅଲୋଡା ହେଉଛି ନବଜାତ ଶିଶୁ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଖମାର ପଲ୍ଲୀ ପଞ୍ଚାୟତରେ।  ପଟ୍ଟାଧାର ଗୁହାଣିଆ ନାଳ ଶଙ୍ଖତଳେ   ନବଜାତ ଶିଶୁର ମୃତଦେହ ଭାସୁଥିବା  ଦେଖିବାକୁ ମିଳିଛ। ଶିଶୁଟିକୁ କେହି ଜନ୍ମ କରିବା ପରେ ଏଭଳି ଫିଙ୍ଗି ଦେଇଥିବା ଜଣାପଡିଛି।
ଅନ୍ୟପକ୍ଷରେ ନବଜାତଟି ଝିଅ ନା ପୁଅ ସେନେଇ ଜଣାପଡିନାହିଁ । ଏନେଇ ସ୍ଥାନୀୟ ଅଞ୍ଚଳରେରେ ଏକପ୍ରକାର ଅସନ୍ତୋଷ ଦେଖିବାକୁ ମିଳିଛି । ଖବର ଶେଷ ସୁଦ୍ଧା କୌଣସି ପ୍ରଶାସନ ପହଞ୍ଚି ନ ଥିବାରୁ ଶିଶୁଟିକୁ ଉଦ୍ଧାର କରାଯାଇ ନାହିଁ।
Dharitri – Odisha’s No.1 Odia Daily