ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ମୃତଦେହକୁ କିଏ ଏବଂ କାହିଁକି ଫିଙ୍ଗି ଦେଇ ଚାଲିଯାଇଛି ତାହା ଜଣାପଡିନାହିଁ। ଉକ୍ତ ରାସ୍ତା ଦେଇ କିଛି ଲୋକେ ଚଳାଚଳ କରୁଥିବା ବେଳେ ଶିଶୁଟିର ମୃତଦେହ ପଡ଼ିଥିବା ଦେଖିବାକୁ ପାଇ ରାୟଗଡ଼ା ଟାଉନ ଥାନାକୁ ସୂଚନା ଦେଇଥିଲେ। ସୂଚନା ପାଇ ଟାଉନ ଥାନା ଆଇଆଇସି ପ୍ରସନ୍ନ କୁମାର ବେହେରା ପୋଲିସ ଟିମ ପଠାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁପୁତ୍ର ମୃତଦେହକୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଥିବା ଆଇଆଇସି ବେହେରା କହିଛନ୍ତି।

Dharitri – Odisha’s No.1 Odia Daily

Share