ଅକ୍ଲାଣ୍ଡ,୨୦ା୩: ଶୁକ୍ରବାର ଖେଳାଯାଇଥିବା ତୃତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ଟମ୍ ଲଥାମ(୬୩)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ପ୍ରଥମ ଉଇକେଟରେ ଡେଭନ କନଓ୍ବେ (୩୯)ଙ୍କ ସହ ୯୬ରନ୍ର ଯୋଗଦାନ ଦଳକୁ ଜିତାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ।
ନ୍ୟୁଜିଲାଣ୍ଡ ୨୨ବଲ୍ ବାକିଥାଇ ମାତ୍ର ୨ ଉଇକେଟ ବିନିମୟରେ ଦକ୍ଷିଣ ଆଫ୍ରିକା ସ୍କୋର ୧୩୬/୯କୁ ଅତିକ୍ରମ କରିଥିଲା। ଏଥିସହିତ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜ ୨-୧ରେ ଅଗ୍ରଣୀ ଲାଭ କରିପାରିଛି। ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡର ୯୧ରନକୁ ଚେଜ୍ କରି ଦକ୍ଷିଣ ଆଫ୍ରିକା ୭ ଉଇକେଟରେ ବିଜୟ ଲାଭ କରିଥିଲା। ଦ୍ୱିତୀୟ ମ୍ୟାଚରେ ବିପକ୍ଷ ଦଳକୁ ୧୦୭ ରନରେ ଅଲଆଉଟ କରି ନ୍ୟୁଜିଲାଣ୍ଡ ୬୮ରନରେ ମ୍ୟାଚ ଜିତି ନେଇଥିଲା।