Categories: Home Leftଖେଳ

ଲଗାଣ ବର୍ଷାରେ ଧୋଇଗଲା ମ୍ୟାଚ୍‌: ପଏଣ୍ଟ ବାଣ୍ଟିଲେ ନ୍ୟୁଜିଲାଣ୍ଡ-ପାକିସ୍ତାନ

କଲମ୍ବୋ,୧୮ା୧୦- ଆଇସିସି ମହିଳା ବିଶ୍ୱକପ୍‌ରେ ଶନିବାର ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବର୍ଷାରେ ଧୋଇ ହୋଇଯାଇଛି। ଫଳରେ ଉଭୟ ଦଳକୁ ପଏଣ୍ଟ ଭାଗ କରିବାକୁ ପଡ଼ିଛି। ପଏଣ୍ଟ ଭାଗ ହେବାରୁ ନ୍ୟୁଜିଲାଣ୍ଡ ୫ ମ୍ୟାଚ୍‌ରୁ ୪ ପଏଣ୍ଟ ସହ ପଞ୍ଚମ ଓ ପାକିସ୍ତାନ ସମାନ ସଂଖ୍ୟକ ମ୍ୟାଚ୍‌ରୁ ୨ ପଏଣ୍ଟ ସହ ଅନ୍ତିମ ତଥା ଅଷ୍ଟମ ସ୍ଥାନରେ ରହିଛି।

ଜିତି ବ୍ୟାଟିଂ କରିଥିବା ପାକିସ୍ତାନ ବ୍ୟାଟିଂ ବିଫଳତାର ସମ୍ମୁଖୀନ ହୋଇ ୨୫ ଓଭରରେ ୫ ଉଇକେଟ ହରାଇ ୯୨ ରନ କରିଥିଲା। ଏହାପରେ ଲଗାଣ ବର୍ଷା ଯୋଗୁ ଖେଳ ସମ୍ଭବ ହୋଇପାରି ନ ଥିଲା। ପାକିସ୍ତାନ ପାଇଁ ଆଲିୟା ରିଆଜ ଅପରାଜିତ ୨୮ ଓ ମୁନିବା ଅଲୀ ୨୨ ରନ କରିଥିଲେ। ନ୍ୟୁଜିଲାଣ୍ଡ ଲାଗି ଲି ତାହୁହୁ ଦୁଇ ଉଇକେଟ ନେଇଥିବା ବେଳେ ଜେସ କେର, ଆମେଲିକା କେର ଓ ଏଡେନ କାରସନ ଗୋଟିଏ ଲେଖାଏ ଉଇକେଟ ହାତେଇଥିଲେ।