ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୧-୧ରେ ବରାବର କରିଛି। ସିରିଜ୍ର ତୃତୀୟ ମ୍ୟାଚ୍ ଆସନ୍ତା ୨୦ ତାରିଖରେ ଅକ୍ଲାଣ୍ଡର ଇଡେନ ପାର୍କରେ ଖେଳାଯିବ।
ପାଇ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୨୦ ଓଭରରେ ୬ ଉଇକେଟ ହରାଇ ୧୭୫ ରନ କରିଥିଲା। କନଓ୍ବେ ୬୦ (୫ ଚୌକା ଓ ୨ ଛକା) ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳକୁ ଭଲ ଆରମ୍ଭ ଦେଇଥିବା ବେଳେ ଶେଷ ଆଡ଼କୁ ଜଶ କ୍ଲାର୍କସନ ୯ ବଲରେ ଅପରାଜିତ ୨୬ (୨ ଲେଖାଏ ଚୌକା ଓ ଛକା) ରନର ପାଳି ଖେଳିଥିଲେ।
ଜବାବରେ ବେନ ସିଅର୍ସ ଓ ଲୋକି ଫର୍ଗୁସନଙ୍କ ମିଳିତ ୬ ଉଇକେଟ ଯୋଗୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ୧୫.୩ ଓଭରରେ ୧୦୭ ରନରେ ଅଲଆଉଟ୍ ହୋଇଯାଇଥିଲା। ପେସ ଓ ବାଉନ୍ସ ଭ୍ୟାରି କରୁଥିବା ପିଚ୍ରେ ଦଳର ପ୍ରତ୍ୟେକ ବ୍ୟାଟର ଟାଇମିଂ ପାଇଁ ସଂଘର୍ଷ କରିଥିଲେ ଏବଂ ସମସ୍ତ ବ୍ୟାଟର କ୍ୟାଚ୍ ଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକା ୪୦ ରନ ମଧ୍ୟରେ ତା’ର ଅନ୍ତିମ ୬ ଉଇକେଟ ହରାଇଥିଲା। କେବଳ ଜର୍ଜ ଲିଣ୍ଡେ ୧୨ ବଲରେ ୩ ଲେଖାଏ ଚୌକା ଓ ଛକା ସହାୟତାରେ ୩୩ ରନ କରିଥିଲେ।