ନୂଆବର୍ଷ ପୂର୍ବରୁ କାରଗିଲ୍‌ ବାସିନ୍ଦାଙ୍କୁ ଉପହାର: ୧୦୪ ଘରେ ବିଦ୍ୟୁତ୍‌ ସଂଯୋଗ

ଶ୍ରୀନଗର,୨୮।୧୨: ନୂଆବର୍ଷ ପୂର୍ବରୁ କାରଗିଲ୍‌ ବାସିନ୍ଦାଙ୍କୁ ଉପହାର ମିଳିଛି। ଏଠାରେ ଥିବା ୧୦୪ ଘରେ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ସୋଲାର ପ୍ୟାନେଲ ସ୍ଥାପନ କରାଯାଇ ଏସବୁ ଘରକୁ ଆଲୋକିତ କରାଯାଇଛି। କାରଗିଲ୍‌ ପ୍ରଶାସନ ଏବଂ ଗ୍ଲୋବାଲ ହିମାଲୟାନ ଏକ୍ସପେଡ଼ିଶନ୍‌ ଓ ରୟାଲ ଏନଫିଲ୍ଡ୍‌ର ମିଳିତ ସହଯୋଗରେ ଏପରି କରାଯାଇଛି। କାରଗିଲ୍‌ ଜିଲା ମୁଖ୍ୟାଳୟଠାରୁ ୬୦ କିଲୋମିଟର ଦୂରରେ ଥିବା ଏହି ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ୍‌ ଖୁଣ୍ଟ ପୋତି ତାର ଟାଣିବା କଷ୍ଟକର। ଏହି ଅଞ୍ଚଳର ୫ ଗାଁର ୯୭ ଘର ଏବଂ ୭ଟି ମସ୍‌ଜିଦ୍‌କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଶୀତଦିନେ ଏଠାକାର ତାପମାତ୍ରା ମାଇନସ୍‌ ୨୫ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ହ୍ରାସ ପାଇଥାଏ। ଲୋକଙ୍କ ଘରେ ୫୦୦ ଏଲ୍‌ଇଡ଼ି ଲାଇଟ୍‌ ଲଗାଯାଇଛି। ଏଠାରେ ୧୭.୫ କିଲୋଓ୍ବାଟ୍‌ର ବିଦ୍ୟୁତ୍‌ ସିଷ୍ଟମ୍‌ ସ୍ଥାପନ କରାଯାଇଛି।