ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି ଜିରୋ ନାଇଟ ପାଇଁ ବଡ଼ ଧୁମଧାମ ରେ ପାଳିତ ହୋଇଯାଇଛି ବିଶେଷ କରି ଚର୍ଚ୍ଚ, ପ୍ରାର୍ଥନା ଗୃହରେ ଏହି ଜିରୋ ନାଇଟକୁ ଉତ୍ସବ ଓ ମହୋତ୍ସବ ଭାବେ ପାଳନ କରାଯାଇଛି ବାଇବେଲ ପଠନ, ସାମୂହିକ ପ୍ରାର୍ଥନା ସହ କେକ କାଟି ଭାଇଚାରାର ବାର୍ତ୍ତା ବଣ୍ଟନ ଶୁଭେଚ୍ଛା ବାର୍ତ୍ତା ଦେବା ନେବା କରାଯାଇଛି। ସେହିପରି ଦାରିଙ୍ଗବାଡିର ବିଭିନ୍ନ ହୋଟେଲ, ଲଡଜ, ରିସର୍ଟ ଗୁଡିକରେ ଷ୍ଟାର କଳାକାରଙ୍କ ଦ୍ୱାରା ଜିରୋ ନେଇଟରେ ନାଚଗୀତର ଆସର ଜମିଥିବା ଜଣାପଡିଛି। ସେହିପରି ସକାଳୁ ସମସ୍ତେ ଭାଇଚାରାର ବାର୍ତ୍ତା ସହ ଜଣେ ଜଣଙ୍କୁ ଅଭିନନ୍ଦନ ଜଣାଇଥିଲେ।
ପ୍ରକାଶ ଯେ, ଅଞ୍ଚଳରେ ପ୍ରବଳ ଶୀତ ସାଙ୍ଗକୁ କୁହୁଡି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସବୁଠି ନିଆଁ ଜାଳି ଲୋକ ବସିଥିବାବେଳେ ଜିରୋ ନାଇଟରେ ବାଣ ଫୁଟାଇ ଖୁସି ମନାଇଥିଲେ।

 

Dharitri – Odisha’s No.1 Odia Daily

 

Share