ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ ଅର୍ଜନ କରିବା ସହ ଏକ ନୂଆ ବିଶ୍ୱ ରେକର୍ଡ କରିଛନ୍ତି।
ଡିସେମ୍ୱର ୨୬ ଭୁଟାନର ଜେଲେଫୁ ମାଇଣ୍ଡଫୁଲ୍ନେସ ସିଟିଠାରେ ମ୍ୟାନମାର ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଟି୨୦ରେ ବାମହାତି ସ୍ପିନର ଜଣକ ଏହି ଅଭୂତପୂର୍ୱ ସଫଳତା ହାସଲ କରିଛନ୍ତି। ୨୨ବର୍ଷୀୟ ସୋନମଙ୍କ ଚମତ୍କାର ବୋଲିଂ (୭ରନ ବିନିମୟରେ ୮ ଉଇକେଟ) ଯୋଗୁ ଭୁଟାନର ୧୨୭/୯ ଜବାବରେ ମ୍ୟାନମାର ୪୫ ରନରେ ଅଲଆଉଟ ହୋଇଯାଇଥିଲା। ଟି୨୦ରେ ପୂର୍ୱରୁ କୌଣସି ବୋଲର ୮ଉଇକେଟ ସଫଳତା ପାଇ ନ ଥିଲେ। ଅନ୍ତର୍ଜାତୀୟ ଟି୨୦ରେ ପୂର୍ୱରୁ ଶ୍ରେଷ୍ଠ ବୋଲିଂ ଫିଗର ମାଲେସିଆ ପେସର ସ୍ୟଜ୍ରୁଲ୍ ଇଦ୍ରୁସଙ୍କ ନାମରେ ରହିଥିଲା। ୨୦୨୩ରେ ଚାଇନା ବିପକ୍ଷରେ ସେ ୮ରନ ବିନିୟମରେ ୭ଉଇକେଟ ଅକ୍ତିଆର କରିଥିଲେ।