ବଜାରରେ ରେନଲ୍ଟ କାଇଗର, ଟ୍ରାଇବରର ନୂଆ ଭର୍ସନ

ଭୁବନେଶ୍ୱର,୧୯।୨(ଅନୁରାଧା ମହାରଣା): ରେନଲ୍ଟ ଇଣ୍ଡିଆ ପକ୍ଷରୁ କାଇଗର ଓ ଟ୍ରାଇବରର ନୂଆ ଭର୍ସନ ଉନ୍ମୋଚନ ହୋଇଯାଇଛି। ଅତ୍ୟାଧୁନିକ ବୈଶିଷ୍ଟ୍ୟ ସହ ପ୍ରସ୍ତୁତ ରେନଲ୍ଟ କାଇଗର ଓ ଟ୍ରାଇବର ଏମ୍‌ଓ୍ବାଇ ୨୫ ଊନ୍ମୋଚନ ଅବସରରେ ରେନଲ୍ଟ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଭେଙ୍କଟରାମ୍‌ ଏମ୍‌ କହିଛନ୍ତି, ଭାରତୀୟ ଗ୍ରାହକଙ୍କ ଚାହିଦା ପୂରଣ କରିବାରେ ରେନଲ୍ଟ ସବୁବେଳେ ତପତ୍ର। ରେନଲ୍ଟ ବୈଶ୍ୱିକ ସ୍ତରରେ ନିଜର ଷ୍ଟ୍ରାଟେଜି ସହ ଆଗକୁ ବଢ଼ୁଥିବାବେଳେ ଭାରତରେ ଏହା ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ନୂତନ ଭାବେ ଡିଜାଇନ କରାଯାଇଥିବା ଉପତ୍ାଦରେ ଅତ୍ୟାଧୁନିକ ବୈଶିଷ୍ଟ୍ୟ ରହିଥିବାବେଳେ ଏହା ଆରାମଦାୟକ ଯାତ୍ରା ଅନୁଭୂତି ପ୍ରଦାନ କରିବ। ବଜାର ଚାହିଦାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଥିବା ନୂଆ କାଇଗର ଓ ଟ୍ରାଇବରରେ ୪ଟି ପାଓ୍ବାର ଓ୍ବିଣ୍ଡୋ, ରିମୋଟ ସେଣ୍ଟ୍ରାଲ ଲକିଂ ବ୍ୟବସ୍ଥା, ରିଅର ଭ୍ୟୁ କ୍ୟାମେରା ଆଦି ବୈଶିଷ୍ଟ୍ୟ ରହିଛି।