ଆଇଟି ଇଞ୍ଜିନିୟରଙ୍କୁ ବଳାତ୍କାର ଘଟଣାରେ ନୂଆ ଟ୍ବିଷ୍ଟ୍‌: ସବୁ ପ୍ଲାନ୍‌ ରଚିଥିଲେ ଯୁବତୀ

ପୁଣେ,୫ା୭:ମହାରାଷ୍ଟ୍ରର ପୁଣେ ସହର କୋନ୍ଧଓ୍ବା ଅଞ୍ଚଳରେ ଥିବା ଏକ ହାଉସିଂ ସୋସାଇଟିରେ ବୁଧବାର ରାତିରେ ମହିଳା ଆଇଟି ଇଞ୍ଜିନିୟରଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଜଣକ ଅପରିଚିତ ନ ଥିଲେ। ସେ ଯୁବତୀଙ୍କ ବନ୍ଧୁ ବୋଲି ପୋଲିସ ଶୁକ୍ରବାର କହିଛି। ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖିଥିବାବେଳେ ଯୁବତୀଙ୍କ ବୟାନକୁ ନେଇ ସନ୍ଦେହ ବ୍ୟକ୍ତ କରିଛି। କୋରିଅର ଡେଲିଭରି ଏଜେଣ୍ଟ ପରିଚୟ ଦେଇ ଯୁବକ ଜଣଙ୍କ ଘରେ ପଶିଥିବା ୨୨ ବର୍ଷୀୟା ଯୁବତୀ ଅଭିଯୋଗ କରିଥିଲେ। ତେବେ ଯୁବତୀ ନିଜେ ଉକ୍ତ ଯୁବକଙ୍କ ସହ ସେଲ୍‌ଫି ନେଇ ପରେ ତାକୁ ଏଡିଟ୍‌ କରିଥିଲେ ଓ ନିଜ ଫୋନ୍‌ରେ ଧମକପୂର୍ଣ୍ଣ ବାର୍ତ୍ତା ଟାଇପ୍‌ କରିଥିଲେ ବୋଲି ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି। ଯୁବତୀଙ୍କୁ ବେହୋସ କରିବା ପାଇଁ ରସାୟନ ବ୍ୟବହାର କରାଯାଇଥିବା ଅଭିଯୋଗ ମଧ୍ୟ ମିଛ। ଯୁବତୀ କ’ଣ ପାଇଁ ବଳାତ୍କାର ଅଭିଯୋଗ ଆଣିଲେ, ପୋଲିସ ତାହାର ତଦନ୍ତ କରୁଛି।