କୋରାପୁଟ,୨୮।୧୧(ଅମିତାଭ ବେହେରା): କୋରାପୁଟର ନୂତନ ଏସ୍ଡିପିଆରଓ ଭାବେ ରାଧାରାଣୀ ସରକାର ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟସ୍ଥିତ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଆସି ସୁଶ୍ରୀ ସରକାର ନିଜ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଦୀର୍ଘ ବର୍ଷ ଧରି କୋରାପୁଟ ଏସଡିପିଆରଓ ପଦବୀ ଖାଲି ପଡ଼ିଥିବା ବେଳେ ବର୍ତ୍ତମାନ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଛୁଟିରେ ଥିବାରୁ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟରେ ବାଧା ଉପୁଜୁଥିଲା। ଫଳରେ ଜିଲାପାଳଙ୍କ ସୁପାରିଶ କ୍ରମେ ରାଜ୍ୟ ସରକାର ଏସ୍ଡିପିଆରଓ ପଦବୀ ପୂରଣ କରିବା ସହ ରାଧାରାଣୀଙ୍କୁ ନିଯୁକ୍ତି ଦେଇଛନ୍ତି। ଫଳରେ ଏସ୍ଡିପିଆରଓ ପଦବୀ ସହ ବର୍ତ୍ତମାନ ଭାର ପ୍ରାପ୍ତ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇବେ ବୋଲି ଜଣାପଡ଼ିଛି।