ଭବାନୀପାଟଣା,୧୭ ।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡିର ଯୁବ ପର୍ବତାରୋହୀ ରାହୁଲ ପଧାନ ସଫଳତାର ସହିତ ଆଫ୍ରିକାର କିଲିମାଞ୍ଜାରୋ ଗିରିଶୃଙ୍ଗ ଚଢ଼ି ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ୫୮୯୫ ମିଟର ଉଚ୍ଚତା ବିଶିଷ୍ଟ ଏହି ଗିରି ସୃଙ୍ଗକୁ ଆରୋହଣ ପାଇଁ ୫ ରୁ ୬ ଦିନ ସମୟ ଲାଗୁଥିବା ବେଳେ ରାହୁଲ ପ୍ରଥମ ଭାରତୀୟ ଭାବେ ୧୫ ଘଣ୍ଟା ୫୩ ମିନିଟରେ ଆରୋହଣ କରି ରେକର୍ଡ ସୃଷ୍ଟି କରିଛନ୍ତି । ଏଥିସହିତ ସେ ରାତିରେ ପର୍ବତାରୋହଣ କରିଥିବାଜଣାଇଛନ୍ତି । ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ତାରିଖ କିଲିମାଞ୍ଜାରୋ ଆରୋହଣ କରି ପର୍ବତାରୋହୀ ରାହୁଲ ପାହାଡ଼ ଶିଖରରେ ଭାରତର ଜାତୀୟ ପତାକା ଉଡାଇଥିଲେ। ଏପୃକି ଗତବର୍ଷ ମଧ୍ୟ ୟୁରୋପର ମାଉଣ୍ଟ ଏଲବୃଷକୁ ୨୨ ଘଣ୍ଟାରେ ଆରୋହଣ କରି ରାହୁଲ ଅଗଷ୍ଟ ୧୫ରେ ଜାତୀୟ ପତାକା ଉଡାଇଥିଲେ। ଏହି ସଫଳତା ପାଇଁ ଜିଲାର ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।