ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ ନେଇ ଓଡ଼ିଶା ଲୋକସଭା ଭବନ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ଡିସେମ୍ବର ୨୦୨୪ ଶେଷରେ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ତତ୍କାଳୀନ କୁଳପତି ପ୍ରଫେସର ସଞ୍ଜୟ ଶତପଥିଙ୍କ ଦେହାନ୍ତ ପରେ ସ୍ଥାୟୀ କୁଳପତି ପଦବୀ ଖାଲି ପଡିଥିଲା। ତେବେ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡ଼. ନିବେଦିତା ନାଥ ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ୱ ତୁଲାଉଥିଲେ। ନୂତନ କୁଳପତି ଡ଼. ଅଗ୍ରୱାଲଙ୍କ ଜନ୍ମ କଳାହାଣ୍ଡି ଜିଲାର ଜୁନାଗଡ଼ ସହର ହୋଇଥିବାବେଳେ ୨୦୧୯ଠାରୁ ସେ ଭୁବନେଶ୍ୱର କୃଷି ଓ ପ୍ରଯୁକ୍ତି ବିଜ୍ଞାନ ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱରେ ଥିଲେ।