ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନର ଉଦ୍ଘାଟନ କରିଛନ୍ତି। ଏହା ପରେ ଲୋକ ସଭା ବାଚସ୍ପତି ଏବଂ ଅନ୍ୟ ମନ୍ତ୍ରୀମାନେ ସେଣ୍ଟ୍ରାଲ ହଲ୍ରେ ବୀର ସାବରକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ନୂଆ ସଂସଦ ଭବନ ଭିତରେ ଚାଣକ୍ୟ ଏବଂ ଅଖଣ୍ଡ ଭାରତର ଫଟୋ ଲଗାଯାଇଛି।