West Bengal, Nov 06 (ANI): Home Minister Amit Shah addresses media during a press conference, in Kolkata on Friday. (ANI Photo)
ନୂଆଦିଲ୍ଲୀ,୨୪।୫: ନୂଆ ସଂସଦ ଭବନ ଉଦଘାଟନକୁ ନେଇ ଏବେ ସମସ୍ତ ବିରୋଧୀ ଦଳ ଏକାଠି ହୋଇଥିବା ଦେଖାଯାଇଛି। ଏବେ ଏହାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ପ୍ରେସ କନଫରେନ୍ସରେ କହିଛନ୍ତି, ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶିତାର ପ୍ରମାଣ। ସେ କହିଛନ୍ତି, ଆସନ୍ତା ୨୮ ରେ ପ୍ରଧାନମନ୍ତ୍ରୀ ମୋଦି ସଂସଦର ନବନିର୍ମାଣ ଭବନକୁ ଦେଶ ପାଇଁ ଉତ୍ସର୍ଗ କରିବେ। ରେକର୍ଡ ସମୟରେ ଏହି ନୂତନ ସଂସଦ ଭବନ ଗଠନ ପାଇଁ ପ୍ରାୟ ୬୦,୦୦୦ ଶ୍ରମଯୋଗୀ ଯୋଗଦାନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ଶ୍ରମଯୋଗୀଙ୍କୁ ମଧ୍ୟ ସମ୍ମାନିତ କରିବେ।
ଅମିତ ଶାହା କହିଛନ୍ତି, ଉଦଘାଟନୀ ସମାରୋହରେ ଏକ ଐତିହାସିକ ପରମ୍ପରା ପୁନର୍ଜୀବିତ ହେବ, ଯାହା ପଛରେ ଯୁଗ ସହ ଜଡିତ ଏକ ପରମ୍ପରା ରହିଛି। ସେ କହିଥିଲେ ଯେ ଏହାକୁ ତାମିଲରେ ସେଙ୍ଗୋଲ କୁହାଯାଏ ଯାହାର ଅର୍ଥ ହେଉଛି ଧନ ସମ୍ପନ୍ନ। ଶାହା ଆହୁରି ମଧ୍ୟ କହିଛନ୍ତି, ଅଗଷ୍ଟ ୧୪, ୧୯୪୭ରେ ଏକ ଅନନ୍ୟ ଘଟଣା ଘଟିଥିଲା । ୭୫ବର୍ଷ ପରେ, ଆଜି ଦେଶର ଅଧିକାଂଶ ନାଗରିକ ଏହା ବିଷୟରେ ଅବଗତ ନୁହଁନ୍ତି। ଆମ ଇତିହାସରେ ସେଙ୍ଗୋଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ସେଙ୍ଗୋଲ ଶକ୍ତି ସ୍ଥାନାନ୍ତରର ପ୍ରତୀକ ପାଲଟିଗଲା। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଏହି ବିଷୟରେ ସୂଚନା ପାଇଲେ, ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଇଥିଲା। ତା’ପରେ ଏହାକୁ ଦେଶ ସମ୍ମୁଖରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ନୂତନ ସଂସଦ ଗୃହର ଉଦଘାଟନ ଦିନ ଚୟନ କରାଯାଇଥିଲା।
ଏହି ସମୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରୋଧୀ ଦଳର ବିରୋଧ ସମ୍ପର୍କରେ କହିଛନ୍ତି ଯେ ଉଦଘାଟନୀ ସମାରୋହରେ ଆମେ ସମସ୍ତଙ୍କୁ ନିମନ୍ତ୍ରଣ କରିଛୁ।