ବଣିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ: ସଂକ୍ଷିପ୍ତ ସଭାପତି, ରବୀନ୍ଦ୍ର ସମ୍ପାଦକ

ଲୋଇସିଂହା,୩୦ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଗାଈଖାଇ ଇକୋଟୁରିଜମ୍‌ ପ୍ରକଳ୍ପଠାରେ ଲୋଇସିଂହା ବଣିକ ସଂଘର ବାର୍ଷିକ ଅଧିବେଶନ ପୂର୍ବତନ ସଭାପତି ମୋହିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ଉପସ୍ଥିତ ସଭ୍ୟମାନେ ସଂଘର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ସମାଧାନ ଦିଗରେ ମତାମତ ରଖିଥିଲେ। ଏହି ଅବସରରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସର୍ବସମ୍ମତିକ୍ରମେ ସଂଘର ସଭାପତି ଭାବେ ସଂକ୍ଷିପ୍ତ ପୁରୋହିତ, ଉପସଭାପତି ଭାବେ ଜୟରାମ ନାୟକଙ୍କୁ ମନୋନୀତ କରାଯାଇଛି। ସେହିପରି ସମ୍ପାଦକ ଭାବେ ରବୀନ୍ଦ୍ର ନାୟକ, ସହସମ୍ପାଦକ ତ୍ରିନାଥ ସାହୁ ଓ କୋଷାଧ୍ୟକ୍ଷ ଭାବେ ସୁଶୀଲ ବିଶ୍ୱାଳ ମନୋନୀତ ହୋଇଛନ୍ତି। ନୂତନ ଭାବେ ଦାୟିତ୍ୱ ନେଇଥିବା ସଦସ୍ୟମାନେ ସଂଘକୁ ମଜଭୁତ କରିବା ସହିତ ସଂଘର ସାମାଜିକ ଦାୟିତ୍ୱ ନିର୍ବାହ କରିବାକୁ ନିଷ୍ପତ୍ତି ହୋଇଥିବା ସମ୍ପାଦକ ନାୟକ ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 

Share