ଭୁବନେଶ୍ୱର,୨୨।୭: ବର୍ତ୍ତମାନ ସବୁବର୍ଗର ଗ୍ରାହକ ଅନ୍ଲାଇନ ପ୍ଲାଟଫର୍ମରେ କାରବାର କରିବାକୁ ପସନ୍ଦ କରୁଥିଲାବେଳେ ପ୍ଲାଟଫର୍ମର ଚାହିଦା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ଏପରିକି ନିକଟରେ ଆରମ୍ଭ ହୋଇଥିବା ଆମାଜନ ପ୍ରାଇମ ଡେ-୨୦୨୫ ସେଲରେ ଏକ ଉତ୍ସାହଜନକ କାରବାର ଦେଖିବାକୁ ମିଳିଥିଲା। ଫଳରେ ଉପଭୋକ୍ତ ପ୍ରତି ମିନିଟ୍ରେ ୧୮,୦୦୦ ଅର୍ଡର ଅନଲାଇନ ପ୍ଲାଟଫର୍ମରେ କରି ଏକ ନୂଆ ମାଇଲଷ୍ଟୋନ ତିଆରି କରିଛନ୍ତି। ଏହି ଅର୍ଡର ସହରାଞ୍ଚଳ ଅପେକ୍ଷା ଟାୟାର-୨ ସହରଗୁଡିକରେ ଦେଖିବାକୁ ମିଳିଛି। ସେହିଭଳି ଏହି ସେଲର ଅବଧି ମଧ୍ୟରେ ଆମାଜନ ଫ୍ରେସ ସର୍ବାଧିକ ୯୦% ଅର୍ଡର ଟାୟାର-୨ ସହରରୁ ଗ୍ରହଣ କରିଥିଲାବେଳେ ସେଥିମଧ୍ୟରୁ ୭୦% ଅର୍ଡର ଅତ୍ୟାବଶ୍ୟକ ସାମଗ୍ରୀର ଚିଠା ରହିଥିଲା। ଏହି ଅର୍ଡର ଦେଶର ପ୍ରମୁଖ ସହରର ଟାୟାର ୨ଓ ୩ ବଜାରରେ ହୋଇଥିଲା ବୋଲି ପ୍ଲାଟଫର୍ମ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ସେହିପରି ଏହି ସେଲ ସମସ୍ତ ରେକର୍ଡ ଭଙ୍ଗ କରି ନୂଆ ରେକର୍ଡ ହାସଲ ସହ ଅନଲାଇନ କାରବାରରେ ନୂଆ ମାଇଲଷ୍ଟୋନ ହାସଲ କରିଛି। ୨୦୨୪ରେ ଏହି ସେଲ ୫୦% ପାରକରିଥିଲାବେଳେ ୭୦% ଗ୍ରାହକ ଏହି ସେଲରେ ସାମିଲ ଥିଲେ। ବର୍ତ୍ତମାନ ସମୟରେ ପ୍ଲାଟଫର୍ମର ନେଟଓ୍ବର୍କ ବୃଦ୍ଧି ସହ ଡେଲିଭରି ଓ ପହଞ୍ଚଯୋଗ୍ୟ ସେବାର ସମ୍ପ୍ରସାରଣ ଯୋଗୁ ଅର୍ଡରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଫଳରେ ବାର୍ଷିକଭିତ୍ତିରେ ଏହି ଅର୍ଡର ବୃଦ୍ଧି ପାଇ ୮୦%ରେ ପହଞ୍ଚତ୍ଛି। ଅପରପକ୍ଷରେ ପ୍ଲାଟଫର୍ମର ପ୍ରାଇମ ମେମ୍ବରମାନେ ଅଧିକ ସୁବିଧା ଓ ରିହାତି ପାଇପାରିଥିବାରୁ କାରବାର ପ୍ରାୟ ୨ ଗୁଣା ବୃଦ୍ଧି ଘଟିଛି। ପ୍ଲାଟଫର୍ମର ସମସ୍ତ ସେବାକୁ ସମ୍ପ୍ରସାରଣ କରାଯାଇଛି। ଏ ନେଇ ପ୍ଲାଟଫର୍ମ ପ୍ରାୟ ୨୦୦୦ କୋଟି ଟଙ୍କା ନିକଟରେ ନିବେଶ କରିଥିଲା ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ କୁହାଯାଇଛି।