ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟରେ ନୂତନ ମାଜିଷ୍ଟ୍ରେଟଙ୍କ ଯୋଗଦାନ

ଥୁଆମୂଳ ରାମପୁର, ୨୫ା୬(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ନୂତନ ମାଜିଷ୍ଟ୍ରେଟ ଭାବରେ ଡ଼. ତରୁଣ କୁମାର ସାହୁ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ପୂର୍ବରୁ ଏଠାରେ ମାଜିଷ୍ଟ୍ରେଟ ଥିବା ସୋମେଶ ସୋମ୍ୟାଜିତ ପଣ୍ଡାଙ୍କ ଭୁବନେଶ୍ୱରସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟକୁ ବଦଳି ପରେ ଏହି ସ୍ଥାନ ଖାଲି ରହିଥିଲା। ଏହା ପୂର୍ବରୁ ଡ. ସାହୁ କଟକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ବିଚାରପତି ଭାବରେ କାର୍ଯ୍ୟ କରୁଥିଲେ। ଦାୟିତ୍ୱ ଗ୍ରହଣ ପରେ ରହିଯାଇଥିବା ବିଭିନ୍ନ କେସ୍‌ର ବିଚାର ଶୀଘ୍ର ତ୍ୱରାନ୍ବିତ ହେବ ବୋଲି ଅଞ୍ଚଳବାସୀ ଆଶା ପୋଷଣ କରିଛନ୍ତି।

Share
Tags: odisha