ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ ଓ ଅଧ୍ୟକ୍ଷା ସୁଫଳା ନିଆଲଙ୍କ ନେତୃତ୍ୱରେ କ୍ରିସ୍‌ମାସ୍‌ ଡେ’ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଭାରତ ତୈଳ ଓ ଗ୍ୟାସ୍‌ ପ୍ରକଳ୍ପ ମ୍ୟାନେଜର ବିକାଶ ସମାଦ୍ଦେର ଯୋଗଦେଇ ଯୀଶୁଙ୍କ ବାଣୀ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ କେସିଙ୍ଗା ବ୍ଲକ୍‌ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଓ କେସିଙ୍ଗା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ବିନୟା କୁମାର ନାୟକ ଯୋଗଦେଇ ଏହି ଦିବସ ଉପରେ ବକ୍ତବ୍ୟ ରଖିଥିଲେ। ଏହି ଉପଲକ୍ଷେ ବ୍ଲକ୍‌ର ୧ ହଜାର ଗରିବ ବୃଦ୍ଧାବୃଦ୍ଧଙ୍କୁ ଅତିଥିମାନେ ଶୀତବସ୍ତ୍ର ବଣ୍ଟନ କରିଥିଲେ। ନ୍ୟୁ ଲାଇଫ୍‌ ମିଶନର ଛାତ୍ରୀଛାତ୍ରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

 

Dharitri – Odisha’s No.1 Odia Daily

 

Share