ବିଜୟା ଦଶମୀରେ ଖୋଲିଲା ନ୍ୟୁ ଲାଇଫ ମେଡିକାଲ ହଲ୍‌: ବିଧାୟକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ଡାକ୍ତର

ପାଟଣା,୨।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ତ୍ରିବିନ୍ଧାରେ ଗୁରୁବାର ନ୍ୟୁ ଲାଇଫ ମେଡିକାଲ ହଲ୍‌ ଉଦ୍‌ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ଫିତା କାଟି ଉଦ୍‌ଘାଟିତ କରିଛନ୍ତି। ଏଥିରେ ସମ୍ମାନୀତ ଅତିଥି ଭାବେ ଡାକ୍ତର ଲକ୍ଷ୍ମଣ କୁମାର ମାହାନ୍ତ, ଅବସର ପ୍ରାପ୍ତ ବାୟୁସେନା କର୍ମଚାରୀ ଚନ୍ଦ୍ର ମୋହନ ମହାନ୍ତ, ଅବସର ପ୍ରାପ୍ତ ଶିକ୍ଷକ ଭରତ ଚନ୍ଦ୍ର ମହାନ୍ତ ଓ ସତ୍ାଧିକାରୀ ଲଳିତ କୁମାର ମହାନ୍ତ ଉପସ୍ଥିତ ରହି ତୁରୁମୁଙ୍ଗା ର ଦୀର୍ଘ ଦିନର ସମସ୍ୟା ଦୂର ହେବ। ଲୋକେ ହାତ ପାହାନ୍ତରେ ବିଶେଷଜ୍ଞ ଡାକ୍ତରଙ୍କୁ ଦେଖାଇ ପାରିବେ ବୋଲି କହିଥିଲେ।