କୁନ୍ଦୁରା,୮।୧୦(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକଠାରେ କୁନ୍ଦୁରା ବ୍ଲକ ଇତିହାସରେ ପ୍ରଥମ ଥର ହୋଇଥିବା ଅନାସ୍ଥା ପ୍ରସ୍ତାବ ଭୋଟ ପରେ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ତରୁଣୀସେନ ବିଷୋୟୀ। ଗତ ଦୁଇ ମାସ ଧରି ଧରି ଚାଲିଥିବା ବାଦ ବିବାଦରେ ପଡିଛି ଯବନିକା। କୁନ୍ଦୁରା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଭାବେ ରହିଥିବା ତରୁଣୀସେନଙ୍କୁ ଦଳଗତ ନିର୍ବିଶେଷରେ ମନୋନୀତ କରାଯାଇଥିବା ଜିଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ ସୂଚନା ଦେଇଛନ୍ତି।
ଗତ ଅଗଷ୍ଟ ମାସରେ କୁନ୍ଦୁରା ବ୍ଲକ ଅଧୀନରେ ରହିଥିବା ୧୬ ଟି ପଞ୍ଚାୟତ ମଧ୍ୟରୁ ୧୪ ଟି ପଞ୍ଚାୟତର ୨୬ ଜଣ ସରପଞ୍ଚ ଏବଂ ସମିତି ସଭ୍ୟା ଜୟପୁର ଉପ ଜିଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆବେଦନ କରିଥିଲେ। କିନ୍ତୁ ଏଥିରେ ପ୍ରଶାସନ ପକ୍ଷରୁ ପାତର ଅନ୍ତର ନୀତି ଆପଣାଉଥିବା ବେଳେ ଏହି ଲୋକ ପ୍ରତିନିଧି ମନେ ସାମୁହିକ ଇସ୍ତଫା ଦେବା ନେଇ ଚରମ ବାଣୀ ଶୁଣାଇଥିଲେ। ଯାହା ଫଳରେ ସେପ୍ଟେମ୍ବର ୧୯ ତାରିଖରେ ପ୍ରଶାସନ ପକ୍ଷରୁ ଚିଠି କରାଯାଇ ଭୋଟିଙ୍ଗ କରାଯାଅଥିବା ବେଳେ ପୂର୍ବରୁ ଥିବା ୨୬ ଜଣ ସମର୍ଥନ ବଦଳରେ ୨୮ ଜଣ କରିଥିଲେ।
ପ୍ରକାଶ ଥାଉକି, ଗତ ଦିନରେ କଂଗ୍ରେସ ସମର୍ଥିତ ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜେଶ୍ୱରୀ ପରଜା ଙ୍କ କାର୍ଯ୍ୟ କଳାପରେ ଅଣ ନିଶ୍ୱାସୀ ହୋଇ ଅନାସ୍ଥା ଆବେଦନ କରିଥିଲେ। କିନ୍ତୁ ବର୍ତ୍ତମାନ ସମସ୍ତ ପଞ୍ଚାୟତ ବାସୀ ଏବଂ ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧିଙ୍କ ଆବଶ୍ୟକତା ନେଇ କାର୍ଯ୍ୟ କରିବା ସହ ଅଞ୍ଚଳର ପ୍ରଗତି ପ୍ରତି ନୂତନ ଅଧ୍ୟକ୍ଷଙ୍କ ପ୍ରମୁଖ ଭୂମିକା ରହିବ ବୋଲି ବ୍ଲକ ବିଜେଡି ସଭାପତି ବୃନ୍ଦାବନ ମଲ୍ଲିକ କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଟୁ ସାବତ, ଅଜୟ ସାହୁ,ଘାସି ଭତ୍ରା, ଦାମୋଦର ଗଣ୍ଡା, ଚନ୍ଦ୍ରିକା କାନ୍ଦଲିଆ, ଦୁତିକା ଭୂମିଆ, ବନିତା କାନ୍ଦଲିଆ,ଲବ ପରଜା, ଶିବ ପ୍ରଧାନୀ, ସଦାଶିବ ଭତ୍ରା, ଦାଶରଥି ସାନ୍ତା, ମାଣିକ ସାନ୍ତା, ଗୋରୀ ହରିଜନ,ବାସନ୍ତୀ ମାଛ ପ୍ରମୁଖ ଉପସ୍ଥିତ ଥିଲେ। ୧୯୬୧ ମସିହା ଠାରୁ ଏଯାବତ ୧୬ ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ଦାୟିତ୍ୱ ସମ୍ପନ୍ନ କରିଥିବା ବେଳେ ତରୁଣୀ ସେନ ବିଷୋୟୀ ୧୭ ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
Dharitri – Odisha’s No.1 Trusted Odia Daily