କେସିଙ୍ଗା ଆଦର୍ଶ ଥାନାରେ ନୂତନ ଆଇଆଇସି: ଅଭିଯୁକ୍ତଙ୍କ ବିରୋଧରେ ନେବେ କଡ଼ା ପଦକ୍ଷେପ

କେସିଙ୍ଗା,୨।୯(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନାରେ ନୂତନ ଆଇଆଇସି ଜିତେନ୍ଦ୍ର ବିଶ୍ବାଳ ସୋମବାର ସନ୍ଧ୍ୟାରେ ଯୋଗ ଦେଇଛନ୍ତି। ସେ ଏହା ପୂର୍ବରୁ ଲାଞ୍ଜିଗଡ଼ ଥାନାରେ ଥିଲେ। ଜଣେ ଦକ୍ଷ ଥାନା ଅଧିକାରୀ ଭାବେ କେସିଙ୍ଗା ଆଦର୍ଶ ଥାନାରେ ଯୋଗଦାନ ପରେ ସହରର ଟ୍ରାଫିକ ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ନିଶାନିିବାରଣ, କ୍ରିମିନାଲଙ୍କୁ କଡା ପଦକ୍ଷେପ ନେବାପାଇଁ ଚାଲେଞ୍ଜ କରିଛନ୍ତି। ଏହି ଅଞ୍ଚଳରେ ଚୋରା ବାଲି ଚାଲାଣ ରୋକିବା ସହ, ପଥର ବ୍ଲାଷ୍ଟିଙ୍ଗ , ଚୋର, ଡକାୟତିଙ୍କ ପ୍ରତି କଡା ପଦକ୍ଷେପ ନେବାକୁ କହିଛନ୍ତି। ଅଞ୍ଚଳରେ ରାତିରେ ପାଟ୍ରୋଲିଂ ଏବଂ ଜୁଆ ଆଡ୍ଡା, ଉପରେ ଚଡାଉ କରି ସମଗ୍ର ଅଞ୍ଚଳକୁ ଶାନ୍ତି ଶୃଙ୍ଖଳାୋ ରଖିବା ପାଇଁ ବିଶ୍ୱାଳ ପ୍ରକାଶ କରିଛନ୍ତି। ଏହି ଥାନାରେ ପୂର୍ବରୁ ଥିବା ପ୍ରାଦୁନ୍ମ ମହାପାତ୍ର ଜିଲାର ସଦର ଥାନାକୁ ବଦଳି ହୋଇଛନ୍ତି।