ପୁରୁଷୋତ୍ତମପୁର,୨୧।୬,(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ନୂତନ ବିଚାରପତି ଭାବେ ଅନନ୍ୟା ଅପର୍ମିତା ଶନିବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବରୁ ସେ ବ୍ରହ୍ମପୁର ଜେଏମଏଫସି (ଟ୍ରାନ୍ସପୋର୍ଟ )ବିଭାଗୀୟ ଅଦାଲତରେ କାର୍ଯ୍ୟରତ ଥିଲେ। ଏଠାରେ ଥିବା ବିଚାରପତି ପୂଜା ପ୍ରିୟଦର୍ଶନୀ ପତିଙ୍କ ଭବାନୀପାଟଣା କୋର୍ଟକୁ ବଦଳି ହୋଇଛି । କାର୍ଯ୍ୟରେ ଯୋଗଦେବା ଅବସରରେ ନୂତନ ବିଚାରପତିଙ୍କୁ କୋର୍ଟକର୍ମଚାରୀ ଏବଂ ଓକିଲ ସଂଘପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି।