Categories: HomeHome Left

ଦାୟିତ୍ୱ ଗ୍ରହଣ କଲେ ନୂଆ ଡ୍ରଗ୍ସ ଇନ୍ସପେକ୍ଟର

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଗଞ୍ଜାମ-୨ୟ ମଣ୍ଡଳ ଛତ୍ରପୁର ଭେଷଜ ନିରୀକ୍ଷକ (ଡ୍ରଗ୍ସ ଇନ୍ସପେକ୍ଟର) ଭାବେ ଶନିବାର ପ୍ରଶାନ୍ତ କୁମାର ସେଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେଠୀ ଆଜି ଦାୟିତ୍ୱ ଗ୍ରହଣ ଅବସରରେ ଛତ୍ରପୁର ଅଞ୍ଚଳରେ ଥିବା ସମସ୍ତ ଔଷଧ ଦୋକାନୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ।

ପ୍ରକାଶ ଥାଉକି, ପୂର୍ବରୁ ଦାୟିତ୍ୱରେ ଥିବା ଭେଷଜ ନିରୀକ୍ଷକ ଲଳିତ କୁମାର ସାହୁଙ୍କର ବ୍ରହ୍ମପୁରକୁ ବଦଳି ହୋଇଛି।