ନୂତନ ଜିଲା ସଭାପତି ବିକ୍ରମ ପଣ୍ଡାଙ୍କ ନାମ ଘୋଷଣା ପରେ ଏନଏସି ବିଜେଡିରେ ଖୁସିର ଲହରୀ

ଗଞ୍ଜାମ,୪।୮(ବିଦ୍ୟାଧର ସାହୁ ): ସୋମବାର ବିଜେଡି ନୂତନ ଜିଲା ସଭାପତି ଭାବେ ବିକ୍ରମ ପଣ୍ଡାଙ୍କ ନାମ ଘୋଷଣା ପରେ ଗଞ୍ଜାମ ଏନଏସି ବିଜେଡିରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ନୂତନ ଜିଲା ସଭାପତି ପଣ୍ଡାଙ୍କୁ ଏନଏସି ବିଜେଡି ନଗର ସଭାପତି ସୁଧୀର କୁମାର ପାଢ଼ୀ,ପୂର୍ବତନ ଉପନଗରପାଳ ନୀଳାଞ୍ଚଳ ବାରିକି, ପୂର୍ବତନ ଦଣ୍ଡପାଣି ପରିଡା, ସୁଦାମ ଚରଣ ଜେନା, କାଉନସିଲର ପି ଚନ୍ଦ୍ରଶେଖର, ସୁଜାତା ମହାନ୍ତି, ମହାଲକ୍ଷ୍ମୀ ନାୟକ, ସଂଯୁକ୍ତା ଦାସ, ସବିତା ବେହେରା, ନିରଞ୍ଜନ ପରିଡା, ବରିଷ୍ଠ ନେତା ନବକୃଷ୍ଣ ପଣ୍ଡା, ରଙ୍କ ନାଥ ପଲାଇ,ଟୁନା ଶତପଥୀ, ମନୋଜ ପ୍ରଧାନ, ବିଭୁତି ପଲାଇ, ଜିତୁ ପଣ୍ଡା, ଗୋବିନ୍ଦ ଗୌଡ଼, ପପି ମାହାଙ୍ଗୁଡ଼, ବିଭୁ ପଲାଇ, ପପୁ ପଣ୍ଡା, ପୂର୍ବତନ ଏନଏସି ଅଧକ୍ଷ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ନୂତନ ଜିଲା ସଭାପତିଙ୍କ ନେତୃତ୍ୱରେ ଗଞ୍ଜାମ ଏନଏସିରେ ବିଜେଡି ସଂଗଠନ ସୁଦୃଢ ହୋଇପାରିବ ବୋଲି ନଗର ସଭାପତି ସୁଧୀର କୁମାର ପାଢ଼ୀ ନିଜ ପ୍ରତିକ୍ରିୟାରେ କହିଛନ୍ତି l