ଉଜ୍ଜୀବନ ଏସଏଫ୍‌ବିର ନୂଆ ଶାଖା

କଟକ,୨ା୧୧: ଉଜ୍ଜୀବନ ସ୍କୁଲ ଫାଇନାନ୍ସ ବ୍ୟାଙ୍କ(ଉଜ୍ଜୀବନ ଏସଏଫବି)ର ନୂତନ ଶାଖା ମଙ୍ଗଳବାର ସ୍ଥାନୀୟ ବକ୍ସିବଜାରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି କଟକରେ ବ୍ୟାଙ୍କର ଏହାକୁ ମିଶାଇ ୩ୟ ଶାଖା ଖୋଲିବା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ସେହିଭଳି ଓଡ଼ିଶାରେ ବ୍ୟାଙ୍କର ଏହା ୨୦ତମ ଶାଖା ବୋଲି ଜଣାପଡିଛି।
ଏ ସମ୍ପର୍କରେ ଉଜ୍ଜୀବନ ଏସଏଫ୍‌ବିର ଏମ୍‌ଡ଼ି ଓ ସିଇଓ ଇଟ୍ଟିରା ଡେଭିସ୍‌ କହିଛନ୍ତି,ସର୍ବୋତ୍ତମ ଗ୍ରାହକ ସେବା ଯୋଗାଣ ଲକ୍ଷ୍ୟ ହାସଲ ନିମନ୍ତେ ଆମ ପ୍ରତିବଦ୍ଧତାର ଅଂଶ ସ୍ବରୂପ କଟକରେ ନୂଆ ଶାଖାର ଶୁଭାରମ୍ଭ କରିଛୁ। କଟକ ଏବଂ ବିଶେଷ ଭାବେ ଓଡ଼ିଶା ରାଜ୍ୟ ଆମ ପାଇଁ ସର୍ବାଧିକ ଅଗ୍ରାଧିକାର ଲାଭ କରୁଥିବା ଅଞ୍ଚଳ ହୋଇଛି। ଏକ ମଜଭୁତ ଜମା ଭିତ୍ତି ନିର୍ମାଣ କରିବା ଏବଂ ଆମର ଡିଜିଟାଲ ସାର୍ମଥ୍ୟ ପରିବର୍ଦ୍ଧିତ କରିବାକୁ ଆମର ଋଣକୌଶଳ ପ୍ରତି ଆମେ ପ୍ରତିବଦ୍ଧ ରହିଛୁ। ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ସମଗ୍ର ଦେଶରେ ୨୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୫୯୦ ଶାଖାକୁ ନେଇ କାର୍ଯ୍ୟକ୍ଷମ ରହିଛି।