ବଲାଙ୍ଗୀରରେ ଆଇସିଆଇସିଆଇର ନୂତନ ଶାଖା

ଭୁବନେଶ୍ୱର, ୫।୯: ଆଇସିଆଇସିଆଇ ବ୍ୟାଙ୍କର ନୂତନ ଶାଖା ବଲାଙ୍ଗୀର ଜିଲା ଅନ୍ତର୍ଗତ ଚନ୍ଦ୍ରଶେଖର ନଗରଠାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷ କରି ଉକ୍ତ ଶାଖାରେ ଏଟିଏମ୍‌-ତଥା-କ୍ୟାଶ୍‌ ରିସାଇକଲର୍‌ ମେଶିନ୍‌ (ସିଆରଏମ୍‌) ଉପଲବ୍ଧ ରହିଛି, ଯାହା ଗ୍ରାହକମାନଙ୍କୁ ଚବିଶ ଘଣ୍ଟିିଆ ନଗଦ ଜମା ଓ ଉଠାଣ ସେବା ପ୍ରଦାନ କରିବ। ସେହିଭଳି ନୂତନ ଖାତା ଖୋଲିବାଠାରୁ ନେଇ ବାଣିଜ୍ୟ ଓ ବିଦେଶୀ ମୁଦ୍ରା ବିନିମୟ ସେବା, ରିକରିଂ ଜମା, ବ୍ୟବସାୟ ଋଣ, ଗୃହ ଋଣ, ବ୍ୟକ୍ତିଗତ ଋଣ, ଗାଡ଼ି ଋଣ ଓ ସୁନା ଋଣ ଭଳି ବିଭିନ୍ନ ସେବା ଉକ୍ତ ଶାଖା ଜରିଆରେ ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଉଛି। ଏପରିକି ଉକ୍ତ ଶାଖାରେ ରେମିଟାନ୍ସ ଓ କାର୍ଡ ସେବା ସାଙ୍ଗକୁ ଲକର ସୁବିଧା ମଧ୍ୟ ପ୍ରଦାନ କରାଯାଉଛି। ବିଶେଷ କରି ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ଡୋର୍‌-ଷ୍ଟେପ୍‌ ବ୍ୟାଙ୍କିଙ୍ଗ୍‌ ସୁବିଧା ଉପଲବ୍ଧ ରହିଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ବ୍ୟାଙ୍କର ୧୮୦ ରୁ ଅଧିକ ଶାଖା ଓ ୩୫୦ ଏଟିଏମ୍‌ର ବ୍ୟାପକ ନେଟ୍‌ୱର୍କ ରହିଛି। ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଶାଖା, ଏଟିଏମ୍‌, କଲ୍‌ ସେଣ୍ଟର, ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ ଏବଂ ମୋବାଇଲ୍‌ ବ୍ୟାଙ୍କିଙ୍ଗ୍‌ ଭଳି ବ୍ୟାପକ ସେବା ଗ୍ରାହକଙ୍କୁ ପ୍ରଦାନ କରାଯାଉଛି।