ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ସେଥିପାଇଁ ସେମାନଙ୍କ ବେଡ୍‌ରୁମ୍‌ର ସାଜସଜ୍ଜାକୁ ନେଇ କିଛିଟା ନିୟମ ମାନିବାକୁ ହୋଇଥାଏ। ଯେମିତିକି: * ଘରର ଦକ୍ଷିଣ-ପଶ୍ଚିମ ଦିଗରେ ସ୍ତ୍ରୀସ୍ବାମୀଙ୍କ ବେଡ୍‌ରୁମ୍‌ ରହିବା ବାସ୍ତୁ ଅନୁଯାୟୀ ଖୁବ୍‌ ଶୁଭ ହୋଇଥାଏ। ଏହା ସମ୍ପର୍କରେ ଭଲପାଇବା ଓ ବିଶ୍ୱାସ ବୃଦ୍ଧି ହୋଇଥାଏ।
* ସେମାନଙ୍କ ବେଡ୍‌ରୁମ୍‌ର ରଙ୍ଗ ହାଲୁକା ଗୋଲାପୀ ଅଥବା ହାଲୁକା ହଳଦିଆ ରହିଲେ ଭଲ। * ସେହିପରି ବେଡ୍‌ରୁମ୍‌ରେ ଲଭ୍‌ ବାଡର୍‌ସ ହେଉକି ଯୋଡ଼ା ହଂସ ଅଥବା ଯୋଡ଼ା ଡଲ୍‌ଫିନ୍‌ଙ୍କ ଫଟୋ କି ମୂର୍ତ୍ତି ରଖିବା ଅଥବା ଦୁଇଟି ସୁଗନ୍ଧିତ ମହମବତି ନିୟମିତ ଜଳାଇବା ମନରେ ସକାରାତ୍ମକ ଭାବନା ଆଣିଥାଏ। * ବେଡ୍‌ରୁମ୍‌ର ଉତ୍ତର-ପୂର୍ବ ପଟେ ନାଲି ଗୋଲାପ ରଖିବା ବି ସ୍ତ୍ରୀସ୍ବାମୀଙ୍କ ପାଇଁ ଶୁଭ ହୋଇଥାଏ। * ଅନ୍ୟପକ୍ଷେ ବେଡ୍‌ରୁମ୍‌ରେ କେବେ ବି କଣ୍ଟା ଜାତୀୟ ଗଛ ଯେମିତିକି କାକଟ୍‌ସ, ତଥା ଅସନା ଅଦରକାରୀ ଜିନିଷ ରଖିବେ ନାହିଁ। ସେହିପରି ଦର୍ପଣକୁ ବି ବେଡ୍‌ ସାମ୍ନାରେ ରଖିବା ଆଦୌ ଠିକ୍‌ ନୁହେଁ। ଏଇ କିଛି କଥା ଉପରେ ଟିକେ ଧ୍ୟାନ ଦେଲେ ସ୍ତ୍ରୀସ୍ବାମୀଙ୍କ ସମ୍ପର୍କରେ କୁଆଡ଼େ ମଧୁରତା ଭରିଯାଏ ବୋଲି ବିଶ୍ୱାସ ରହିଛି।

Dharitri – Odisha’s No.1 Odia Daily