ପର୍ସ କେବଳ ଏକ ଧନ ରଖିବାର ମାଧ୍ୟମ ନୁହେଁ, ଅଧିକନ୍ତୁ ଏହା ବ୍ୟକ୍ତିଙ୍କ ଆର୍ଥିକ ଊର୍ଜ୍ଜାର ବି ଏକ ସଙ୍କେତ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଜିନିଷ ରହିଛି; ଯାହାକୁ ପର୍ସରେ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ଆକର୍ଷିତ ହେବା ସହ ଆର୍ଥିକହାନିର ବି ସମସ୍ୟା ଉପୁଜିଥାଏ।ଯେମିତି କ ଫଟା ଅବା ବହୁ ଦିନର ପୁରୁଣା ନୋଟ୍ ପର୍ସରେ ରଖିଲେ ଜୀବନରେ ଅଶାନ୍ତି ଉପୁଜିବା ସହ ଆର୍ଥିକ ସମସ୍ୟା ଦେଖାଦେଇଥାଏ।
ପୁରୁଣା ବିଲ୍, ରସିଦ୍, ପୁରୁଣା ହିସାବ କାଗଜ ଅବା ପୁରୁଣା ଅଦରକାରୀ ଭିଜିଟିଂ କାର୍ଡକୁ ବି ପର୍ସରେ ରଖିବା ଠିକ୍ ନୁହେଁ। ଏହା ଟଙ୍କା ଆସିବାରେ ବାଧା ସୃଷ୍ଟି କରିଥାଏ ବୋଲି ବିଶ୍ୱାସ କରାଯାଏ।
ପୁରୁଣା ଚାବି, ଜଙ୍କ ଲାଗିଥିବା କଏନ୍, ପିନ୍ ଅବା କୌଣସି ପ୍ରକାରର ଧାରୁଆ ଜିନିଷକୁ ବି ପର୍ସରେ ରଖିବା ଶୁଭ ନୁହେଁ। ଦିବଂଗତ ପରିଜନଙ୍କର ଫଟୋକୁ ବି ପର୍ସରେ ରଖିବାକୁ ନେଇ ବାସ୍ତୁଶାସ୍ତ୍ରରେ ବାରଣ କରାଯାଇଛି। ଏହା ପରିବର୍ତ୍ତେ ଦେବଦେବୀଙ୍କ ଫଟୋ ରଖିବା ଶୁଭ ହୋଇଥାଏ। କିନ୍ତୁ ଚମଡ଼ା ପର୍ସରେ ଦେବଦେବୀଙ୍କ ଫଟୋ ରଖିବାକୁ ନେଇ ବାସ୍ତୁଶାସ୍ତ୍ରରେ ବାରଣ ରହିଛି। ଅପ୍ରଚଳିତ ମୁଦ୍ରା ଅବା ବିଦେଶୀ ମୁଦ୍ରାକୁ ବି ପର୍ସରେ ରଖିଲେ ଆର୍ଥିକ ଅସ୍ଥିରତା ଦେଖାଯାଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।