ଏହି ୩ଟି ଜିନିଷ ସହ କେବେ ବି ଖାଆନ୍ତୁ ନାହିଁ କଦଳୀ: ଲାଭ ଜାଗାରେ କରିବେ ଶରୀରର କ୍ଷତି

ସୁସ୍ଥ ଶରୀର ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଜରୁରୀ। ହେଲେ ଅନେକ ସମୟରେ ଆମେ କାହାକୁ କାହାସହ ଖାଇବା ତାହା ଜାଣି ନ ଥାଉ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସବୁ ଖାଦ୍ୟ ପଦାର୍ଥର ପ୍ରକୃତି ଭିନ୍ନ। କାହାକୁ ଖାଇଲେ ଶରୀର ଉତ୍ତାପ ହୋଇଥାଏ ତ କାହାକୁ ଖାଇଲେ ଶରୀର ଥଣ୍ଡା ହୋଇଥାଏ।

ଆଜିର ସ୍ବାସ୍ଥ୍ୟକଥାରେ କଦଳୀ ବିଷୟରେ ଆଲୋଚନା କରିବା। କଦଳୀକୁ ବିଶେଷକରି ଭୋକ ମେଣ୍ଟାଇବା ଲାଗି ଉତ୍ତମ ଖାଦ୍ୟ ଭାବେ ବିବେଚନା କରାଯାଏ। ପ୍ରତ୍ୟେହ କଦଳୀ ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ରଖନ୍ତି। କଦଳୀରେ ଭିଟାମିନ ଏ, ବି, ପୋଟାସିୟମ, ମ୍ୟାଗ୍ନେସିୟମ ରହିଥାଏ। ହେଲେ କଦଳୀ ସହ ଆଉ କୌଣସି ଫଳ, ଖାଦ୍ୟ ନଚେତ ’କ୍ଷୀର ଖାଇବା ଉଚିତ ନୁହେଁ। ଆସନ୍ତୁ ଜାଣିବା ସେଭଳି କିଛିି ଜିନିଷ ବିଷୟରେ ଯାହାକୁ କଦଳୀ ସହ ଖାଇବା ଉଚିତ ନୁହେଁ।

ଦହି-କଦଳୀ: କଦଳୀକୁ ଦହି ସହ ଖାଇବା ଉଚିତ ନୁହେଁ। ଏହାଦ୍ମାରା ପେଟ ସମସ୍ୟା ସୃଷ୍ଟି ହୋଇଥାଏ। ଆପଣ ଚାହିଁଲେ ଦହି ଖାଇବାର ପ୍ରାୟ ୨ ଘଣ୍ଟା ପରେ କଦଳୀ ଖାଇପାରିବେ।

କଦଳୀ-ପିଜୁଳି: ସ୍ବାସ୍ଥ୍ୟ ପାଇଁ ଉଭୟ ଭଳ ଲାଭଦାୟକ। ହେଲେ ଏହି ଦୁଇଟିକୁ ଏକାସହ ଖାଇଲେ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ। ଅନେକ ସ୍ବାସ୍ଥ୍ୟସମସ୍ୟା ଉପୁଜି ଥାଏ। ଏହାଦ୍ୱାରା ଏସିଡୋସିସ୍‌, ପେଟରେ ଗ୍ୟାସ୍‌, ମୁଣ୍ଡବିନ୍ଧା ଭଳି ସମସ୍ୟା ହୋଇପାରେ।

କ୍ଷୀର-କଦଳୀ: ଗରମ ଦିନରେ ବାନାନା ସେକ୍‌ ସମସ୍ତେ ପିଇବାକୁ ଚାହିଁଥାନ୍ତି। ଏପରିକି କିଛି ଲୋକ ଓଜନ ବଢ଼ାଇବା ଲାଗି କ୍ଷୀର ସହ କଦଳୀ ଖାଇବାକୁ ପରାମର୍ଶ ଦେଇଥାନ୍ତି। ହେଲେ ବିଶେଷଜ୍ଞଙ୍କ ଅନୁଯାୟୀ କଦଳୀ ଏବଂ କ୍ଷୀରକୁ ସେବନ କଲେ ଶରୀରରେ ବିଷାକ୍ତ ପଦାର୍ଥ ସୃଷ୍ଟି ହୋଇଥାଏ। ଏହାଦ୍ୱାରା ମସ୍ତିଷ୍କର ସକ୍ରିୟତା କମ୍‌ ହୋଇଥାଏ। ନାନାଦି ସମସ୍ୟା ଯେପରିକି ପେଟ ଖରାପ, ସାଇନସ୍‌ ଏବଂ ଥଣ୍ଡାକାଶ ଦେଖାଦେଇଥାଏ।

 

Share