ନୂଆଦିଲ୍ଲୀ,୧୩ା୭: ବିହାରରେ ଭୋଟର ତାଲିକା ସଂଶୋଧନ ପାଇଁ ଘରକୁ ଘର ଯାଞ୍ଚ ଚାଲିଥିବା ବେଳେ ନିବର୍ର୍ାଚନ କମିଶନ(ଇସି)ଙ୍କ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ବହୁସଂଖ୍ୟାରେ ବାଂଲାଦେଶୀ, ନେପାଳୀ ଏବଂ ମ୍ୟାନ୍ମାର ଲୋକଙ୍କୁ ଚିହ୍ନଟ କରିଛନ୍ତି। ଏନେଇ ଇସିଙ୍କ ପକ୍ଷରୁ ରବିବାର ସୂଚନା ଦିଆଯିବା ସହ ଚୂଡ଼ାନ୍ତ ଭୋଟର ତାଲିକାରେ ଏହି ବେଆଇନ ଆପ୍ରବାସୀମାନଙ୍କ ନାଁ ରହିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।
ସେପ୍ଟେମ୍ବର ୩୦ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବାକୁ ଯାଉଛି। ଯେଉଁମାନେ ବେଆଇନ ଭାବେ ଭୋଟର ତାଲିକାରେ ରହିଛନ୍ତି, ସେମାନଙ୍କ ନାଗରିକତ୍ୱ ନିର୍ଣ୍ଣୟ ପ୍ରକ୍ରିୟା ଅଗଷ୍ଟ ୧ରୁ ଆରମ୍ଭ ହେବ। ତଳସ୍ତରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଘରକୁ ଘର ଯାଇ ଯାଞ୍ଚ କରୁଥିବା ବୁଥ୍ସ୍ତରୀୟ ଅଫିସରମାନେ ବହୁସଂଖ୍ୟାରେ ସନ୍ଦିଗ୍ଧ ବିଦେଶୀ ନାଗରିକଙ୍କ ସଂସ୍ପର୍ଶରେ ଆସିଛନ୍ତି। ଭୋଟର ତାଲିକାରୁ ଅଯୋଗ୍ୟ ଆପ୍ରବାସୀଙ୍କୁ ବାଦ୍ ଦେବା ପାଇଁ ନିର୍ବାଚନ କମିଶନ ଏହି ପ୍ରକ୍ରିୟାକୁ ସାରା ଦେଶରେ କାର୍ଯ୍ୟକାରୀ କରିବା ଆଶା କରାଯାଉଛି।