ଆଜି ନେପାଳ ପାର୍ଲାମେଣ୍ଟ ନିର୍ବାଚନ

କାଠମାଣ୍ଡୁ,୨୦।୧୧(ପି.ଟି.): ନେପାଳ ପାର୍ଲାମେଣ୍ଟ ଏବଂ ପ୍ରାଦେଶିକ ବିଧାନସଭାଗୁଡ଼ିକ ଲାଗି ରବିବାର ଭୋଟଗ୍ରହଣ ହେବ। ଶାସକ ନେପାଳୀ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ବିଜୟୀ ହେବା ଆଶା କରାଯାଉଥିଲେ ମଧ୍ୟ ରାଜନୈତିକ ସ୍ଥିରତା ଆଣିବାରେ ବିଫଳ ହୋଇପାରେ ବୋଲି କୁହାଯାଉଛି। ୭ ପ୍ରଦେଶର ୧ କୋଟି ୭୯ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଫେଡେରାଲ ପାର୍ଲାମେଣ୍ଟର ୨୭୫ ସଦସ୍ୟଙ୍କ ମଧ୍ୟରୁ ୧୬୫ ଜଣ ପ୍ରତ୍ୟକ୍ଷ ଭୋଟିଂରେ ନିର୍ବାଚିତ ହେବାକୁ ଥିବାବେଳେ ଅବଶିଷ୍ଟ ୧୧୦ ସଦସ୍ୟ ଆନୁପାତିକ ଇଲେକ୍ଟୋରାଲ ବ୍ୟବସ୍ଥାରେ ନିର୍ବାଚିତ ହୋଇଥାନ୍ତି। ସେହିପରି ପ୍ରାଦେଶିକ ବିଧାନସଭାର ୫୫୦ ସଦସ୍ୟଙ୍କ ମଧ୍ୟରୁ ୩୩୦ ପ୍ରତ୍ୟକ୍ଷ ଓ ୨୨୦ ଜଣ ଆନୁପାତିକ ପଦ୍ଧତିରେ ନିର୍ବାଚିତ ହୁଅନ୍ତି। ମତଦାନ ପରେ ଭୋଟଗଣତି ହେବାକୁ ଥିବାବେଳେ ଚୂଡ଼ାନ୍ତ ଫଳାଫଳ ପାଇଁ କିଛିଦିନ ଲାଗିବ ବୋଲି କୁହାଯାଉଛି।

Share