ନେପାଳରେ ଉପଦ୍ରବୀ Gen-Z ଙ୍କ ପ୍ରଦର୍ଶନ: ବ୍ୟାନ ଉଠାଇବାକୁ ଅସ୍ୱୀକାର କଲେ ପ୍ରଧାନମନ୍ତ୍ରୀ ଓଲି

ନୂଆଦିଲ୍ଲୀ,୮।୯: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ୨୬ଟି ସୋସିଆଲ ମିଡିଆ ଓ ଯୋଗାଯୋଗ ଆପ୍ ଉପରେ ଲାଗୁ ବ୍ୟାନ ଉଠାଇବାକୁ ଅସ୍ୱୀକାର କରିଛନ୍ତି। ଏହି ବ୍ୟାନ ବିରୋଧରେ ହିଂସାତ୍ମକ ବିକ୍ଷୋଭରେ ଏପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ହୋଇଛି।

ସୋମବାର କ୍ୟାବିନେଟ ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଦୀପ ପାଉଡେଲ ବ୍ୟାନ ହଟାଇବା ପାଇଁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଓଲି ଏହାକୁ ଠିକ ନିଷ୍ପତ୍ତି ବୋଲି କହି ପୁନର୍ବିଚାର କରିବାକୁ ମନା କରିଛନ୍ତି।

ନେପାଳ କଂଗ୍ରେସ ତୁରନ୍ତ ସୋସିଆଲ ମିଡିଆ ଖୋଲିବାକୁ ଦାବି କରିଥିବା ବେଳେ, ଗୃହମନ୍ତ୍ରୀ ରମେଶ ଲେଖକ ଜୀବନହାନି ପାଇଁ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେଇଛନ୍ତି। ସେ ଓଲିଙ୍କୁ ବ୍ୟାନ ହଟାଇବା ପାଇଁ ଅନୁରୋଧ କରିଥିବା ସୂଚନା ମିଳିଛି।