ବମ୍ବେ: ସର୍ବଦା ନିଜର ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡର ଅନ୍ୟତମ ହିଟ୍ ନାୟକ ଅଜୟ ଦେବଗନ୍। ଆଜି ସେ ତାଙ୍କର ୫୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଚାଲନ୍ତୁ ଜାଣିବା ତାଙ୍କ ପ୍ରେମ ଜୀବନ ବିଷୟରେ କିଛି ଅଜଣା କଥା।
ଅଜୟ କାଜୋଲଙ୍କ ପ୍ରେମରେ ପଡ଼ିବା ପରେ ବିବାହ କରିଥିଲେ। ଏହାକୁ ଅନେକ ବର୍ଷ ବିତିଯାଇଥିଲେ ହେଁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ପୂର୍ବଭଳି ରହିଛି। ହେଲେ ବହୁତ କମ୍ ଲୋକ ଜାଣନ୍ତି କି କାଜୋଲ ଅଜୟଙ୍କ ପ୍ରଥମ ପ୍ରେମ ନ ଥିଲେ।
କାଜୋଲଙ୍କ ପୂର୍ବରୁ ଅଭୟଙ୍କ ଜୀବନରେ କରିସ୍ମା କପୁର ଆସିଥିଲେ। ବଲିଉଡ୍ରେ ଏନେଇ ଅନେକ ଚର୍ଚ୍ଚା ହୋଇଥିଲେ ହେଁ ଅଜୟ କେବେ ବି ସେନେଇ ମୁହଁ ଖୋଲି ନ ଥିଲେ। ତେବେ ସେ ମଧ୍ୟ ଅଭିନେତାଙ୍କ ପ୍ରଥମ ପ୍ରେମ ନୁହନ୍ତି।
ଅନେକ ଭାବନ୍ତି ଯେ ଅଜୟଙ୍କ ପ୍ରଥମ ପ୍ରେମ ତବ୍ବୁ ଥିଲେ। ମାତ୍ର ଏହା ଭୁଲ୍। ଦୁହେଁ ପୁରୁଣା ବନ୍ଧୁ। ଆଜି ବି ସେମାନେ ପୂର୍ବଭଳି ବନ୍ଧୁତାର ବନ୍ଧନକୁ ତୁଲାଇ ଆସୁଛନ୍ତି।
ପ୍ରଥମ ପ୍ରେମ ବିଷୟରେ କହିଲେ ଅଜୟଙ୍କ ପ୍ରେମିକା ହେଉଛନ୍ତି ରବିନା ଟଣ୍ଡନ। ଫିଲ୍ମର ଶୁଟିଂ ସମୟରେ ଦୁହେଁ ନିକଟତର ହୋଇଥିଲେ। ପରେ ଅଜୟ କରିସ୍ମାଙ୍କ ସହ ଫିଲ୍ମ କରିଥିଲେ, ଯାହାକୁ ରବିନା ପସନ୍ଦ କରୁ ନ ଥିଲେ। ଛୋଟ ଛୋଟ କଥାରେ ମନାନ୍ତର ହେଉଥିଲା। ରବିନା ଅଜୟଙ୍କୁ ବୁଝାଇଲେ ମଧ୍ୟ ସମ୍ପର୍କ ଭାଙ୍ଗି ଯାଇଥିଲା ବୋଲି କୁହାଯାଏ।