ସୀମାନ୍ତରେ ଶିକ୍ଷା ବ୍ୟବସ୍ଥା ଭିତ୍ତିଭୂମି ବିକାଶ ଅଭାବର ଲାଭ ଉଠାଉଛି ପଡୋଶୀ ଆନ୍ଧ୍ର ରାଜ୍ୟ: ଗୋଟିଏ ଗୃହରେ ପାଠପଢୁ ଛନ୍ତି ପ୍ରଥମରୁ ଅଷ୍ଟମ…

ପଟ୍ଟାଙ୍ଗି୫। ୮(ଶରତ କୁମାର ଧଳ)ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ର ଭିତ୍ତିଭୂମି ବିକାଶ ଅଭାବ ଯୋଗୁଁ ପଡୋଶୀ ଆନ୍ଧ୍ର ରାଜ୍ୟ ଲାଭ ଉଠାଇ ଚାଲିଥିବା ବେଳେ ପଛରେ ପଡି ଯାଉଛି ଓଡିଶା । ଏହିପରି ବ୍ୟବସ୍ଥା ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତ ର ଉପରସେମ୍ବି ଗ୍ରାମରେ ରହିଥିବା ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟ କ୍ଷେତ୍ରରେ । ସୂଚନା ମୁତାବକ ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢିବା ପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ରହିଛି । ଯେଉଁଥି ପାଇଁ କି ଗୋଟିଏ ଗୃହରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ର ଛାତ୍ରଛାତ୍ରୀ ଏକାଠି ବସି ପାଠ ପଡୁଛନ୍ତି । ଯାହା ପାଇଁ କି ଦୁଇଟି ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ବିଦ୍ୟାଳୟରେ ସବୁଦିନ ସତପ୍ରତିଶତ ଛାତ୍ରଛାତ୍ରୀ ହେଉ ନାହାଁନ୍ତି । ସେପଟେ ଓଡ଼ିଶାର ବିଦ୍ୟାଳୟ ଠାରୁ କିଛି ଦୂରରେ ରହିଥିବା ଉକ୍ତ ଗ୍ରାମ ଭିତରେ ଏକ ଅସ୍ଥାୟୀ ଗୃହରେ ଆନ୍ଧ୍ର ପକ୍ଷରୁ ଶିକ୍ଷା ବ୍ୟବସ୍ଥା ବା ପାଠପଢା ପାଇଁ ବ୍ୟବସ୍ଥା ହୋଇ ଥିବାବେଳେ ସେଠାରେ ଛାତ୍ରଛାତ୍ରୀ ଙ୍କ ଉପସ୍ଥାପନ ସତପ୍ରତିଶତ ଯଥା ଅଧିକ ରହୁଛି । ଯାହାକୁ ନେଇ ଏହିପରି ବ୍ୟବସ୍ଥା କୁ ନେଇ ଗ୍ରାମବାସୀ ପଡୋଶୀ ଆନ୍ଧ୍ର ରାଜ୍ୟ ସରକାର ପାଠ ପଢିବା ପାଇଁ ୧୫ ହଜାର ଆର୍ଥିକ ସହାୟତା ଯୋଗାଇ ଦେଉଥିବା ସହ ସହରାଞ୍ଚଳରେ ହଷ୍ଟେଲ ରେ ରଖି ଉଚ୍ଚ ଶିକ୍ଷା ପାଠ ପଢିବା ପାଇଁ ଅନେକ କିଛି ସାହାଯ୍ୟ କରୁଥିବା ବେଳେ ଓଡିଶା ଖାଲି ବିଦ୍ୟାଳୟ ଖଣ୍ଡିଏ ଖୋଲି ଦେଇ ମଧ୍ୟାହ୍ନ ଭୋଜନ ଦେବା ଛଡ଼ା ଅନ୍ୟ କୈଣସି ବ୍ୟବସ୍ଥା ଯୋଗାଇ ଦେଉନାହିଁ ବୋଲି ପ୍ରକାଶ କରିଛନ୍ତି । ସେପଟେ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ରହିଥିବା ବେଳେ ବିଦ୍ୟାଳୟ ସମୁଖରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲେଖା ହେବା କଥା କିନ୍ତୁ ପ୍ରାଥମିକ ବିଦ୍ୟାଳୟ ଲେଖା ହେବା ଦୃଶ୍ୟ ସୀମାନ୍ତ ଛାତ୍ରଛାତ୍ରୀ ଙ୍କୁ କିଭଳି ସୂଚନା ଦେଉଥିବ ଏହା ଦେଖିଲେ ସ୍ୱଷ୍ଟ ବାରି ହେଉଛି । ଏଠାରେ ସୂଚନା ଥାଉକି ଓଡ଼ିଶାର ଉକ୍ତ ବିଦ୍ୟାଳୟ ସମୁଖରେ ରହିଥିବା ପାଚେରି ମଝିରେ ଏକ ସୁଖିଲା ଗଛ ଟିକିଏ ବିପଦ ସଙ୍କେତ ଭାବେ ରହିଥିଲେ ମଧ୍ୟ ଉକ୍ତ ଗଛ କୁ ଗ୍ରାମବାସୀ କାଟିବା କୁ ଦେଉନାହାନ୍ତି । ଏହିପରି କି ଗଛଟି କେତେବେଳେ ଭାଙ୍ଗି ବିଦ୍ୟାଳୟ ଉପରେ ପଡିବ ତାହା କହି ହେବନାହିଁ ।