ନୂଆପଡା,୩୦।୧୨(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ଭାଲେଶ୍ବର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଲୟର ଦଶମ ଶ୍ରେଣୀ ଛାତ୍ର ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଦ୍ବିତୀୟ ସ୍ଥାନ ଅଧିକାର କରି ଗୌରବ ଆଣିଛନ୍ତି। ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ୩ ଦିନ ଧରି ୫୨ ତମ ରାଜ୍ୟସ୍ତରୀୟ ବିଜ୍ଞାନ ମେଳା କେନ୍ଦୁଝର ଧନୁର୍ଯ୍ୟ ନାରାୟଣ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ସେହି ବିଜ୍ଞାନ ମେଳାରେ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଭାଲେଶ୍ବରର ଦଶମ ଶ୍ରେଣୀ ଛାତ୍ର ନେହେରୁ ପଟେଲ ସୌର ସଂଯୁକ୍ତ ସ୍ବୟଂ ଚାଳିତ ସ୍ପ୍ରେୟର ମେଶିନ ପ୍ରଦର୍ଶନ କରି ଦ୍ବିତୀୟ ସ୍ଥାନ ଅଧିକାର କରି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଠାରୁ ପୁରସ୍କୃତ ହୋଇ ବିଦ୍ୟାଳୟ ଓ ଜିଲା ପାଇଁ ଗୌରବ ଆଣିଛନ୍ତି। ଆଗାମୀ ଦିନରେ କଲିକତା ଠାରେ ଆୟୋଜିତ ହେବାକୁ ଥୁବା ଜୋନାଲ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ପ୍ରତିନିଧିତ୍ କରିବା ପାଇଁ ମନୋନୀତ ହୋଇଛନ୍ତି ।
ଏହି ପ୍ରକଳ୍ପଟି ଗଣିତ ଶିକ୍ଷକ ବିକାଶ ଚନ୍ଦ୍ର ସାହୁଙ୍କ ମାର୍ଗଦର୍ଶନରେ ପ୍ରସ୍ତୁତ ହୋଇଥିବା ବେଳେ ନେହେରୁଙ୍କ ଏହି ସଫଳତା ବିଦ୍ୟାଲୟ ତଥା ନୂଆପଡା ଜିଲା ପାଇଁ ଗୌରବ ଓ ଅନ୍ୟ ଛାତ୍ରୀଛାତ୍ରମାନଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନୂତନ ଅନଷେଣ ପାଇଁ ପ୍ରେରଣା ଦେଇଛି । ଜିଲା ବିଜ୍ଞାନ ନିରୀକ୍ଷକ ଗିରିଧାରି ସା,ବିଦ୍ୟାଳୟ ଅଧ୍ୟକ୍ଷ ରାମନାଥ ଜାଲ ଶୁଭେଛା ଜଣାଇ ନେହେରୁଙ୍କୁ ଭବିଷ୍ୟତରେ ଅଧିକ ସୃଜନଶୀଳ ପ୍ରୟାସ ପାଇଁ ପ୍ରେରିତ କରିବା ସହ ଅନ୍ୟ ଛାତ୍ରୀଛାତ୍ରମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ବୋଲି କହିଥିଲେ ।