ଦିନେ ପ୍ରତିଯୋଗୀ ହୋଇ ଆସିଥିଲେ, ଆଜି ବିଚାରପତି ଭାବେ ନେଉଛନ୍ତି ସର୍ବାଧିକ ପାଉଣା

ବମ୍ବେ: ଆରମ୍ଭ ହେବା ଦିନରୁ ଚର୍ଚ୍ଚାରେ ରହିଛି ଲୋକପ୍ରିୟ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ-୧୩’। ଏଥିରେ ନେହା କକ୍କଡ, ବିଶାଲ ଦଦଲାନୀ ଏବଂ ହିମେଶ ରେଶମିଆ ପ୍ରମୁଖ ବିଚାରପତି ଭାବେ ନଜର ଆସୁଛନ୍ତି। ଶୋ’ ଲାଗି ସେମାନେ ମୋଟା ଅଙ୍କର ପାଉଣା ମଧ୍ୟ ନେଉଥିବା ଜଣାପଡ଼ିଛି।

ଏକ ରିପୋର୍ଟ ମୁତାବକ, ନେହା ସବୁଠାରୁ ଅଧିକ ଟଙ୍କା ନେଉଛନ୍ତି। ଏପିସୋଡ ପିଛା ତାଙ୍କୁ ୫ ଲକ୍ଷ ଟଙ୍କା ଦିଆଯାଉଛି। ସେହିଭଳି ବିଶାଲଙ୍କୁ ୪.୫ ଲକ୍ଷ ଏବଂ ହିମେଶଙ୍କୁ ପ୍ରାୟ ୪ ଲକ୍ଷ ଟଙ୍କା ଦିଆଯାଉଛି।
ତେବେ ନେହା ଇଣ୍ଡିଆନ ଆଇଡଲ-୨ରେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ। ଏଠାରୁ ହିଁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେବେଠାରୁ ସେ ସଫଳତାର ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରି ଚାଲିଛନ୍ତି। ସମୟ ଏମିତି ଉପନୀତ ହୋଇଛି ଯେ ସେ ନିଜେ ଉକ୍ତ ଶୋ’ରେ ବିଚାରପତି ଆସନ ଅଳଙ୍କୃତ କରିଛନ୍ତି।