Categories: ମେଟ୍ରୋ

ରହୁନି କଟକଣା, ସୁରକ୍ଷା ଢିଲା

ପୁରୁଣା ଭୁବନେଶ୍ୱର,୨୯।୧୨(ଡି.ଏନ୍‌.ଏ.): ପର୍ଯ୍ୟଟନ ଋତୁ ପାଇଁ ରାଜଧାନୀର ଖଣ୍ଡଗିରି, ଉଦୟଗିରି, ନନ୍ଦନକାନନ, ଧଉଳି ଆଦି ପର୍ଯ୍ୟଟନ କ୍ଷେତ୍ରରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହେଉଛି। ଏଥିରୁ ଶ୍ରୀଲିଙ୍ଗରାଜ ମନ୍ଦିର ବାଦ୍‌ ପଡ଼ିନାହିଁ। ପ୍ରତ୍ୟହ ରାଜ୍ୟ ଏବଂ ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଶ୍ରୀଜୀଉଙ୍କ ଦର୍ଶନ ଲାଗି ଆସୁଛନ୍ତି। ପର୍ଯ୍ୟଟକଙ୍କ ଏହି ଭିଡ଼ ପାଇଁ କମିଶନରେଟ ପୋଲିସର ଶ୍ରୀଲିଙ୍ଗରାଜ ମନ୍ଦିର ସୁରକ୍ଷାରେ ଅବହେଳା ଜଣାପଡ଼ୁଛି। ମନ୍ଦିର ମୁଖ୍ୟଦ୍ୱାରରୁ ୨୨ପାହାଚ, ଉତ୍ତରଦ୍ୱାର, ଦକ୍ଷିଣ ଘର ଆଦି ସ୍ଥାନରେ ସିସିଟିଭି ଲଗା ଯାଇଥିବାବେଳେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୁଖ୍ୟ ଦ୍ୱାରରେ ସୁରକ୍ଷା ଅଧିକାରୀ ସମସ୍ତ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ଯାଞ୍ଚ କରିବା ଦରକାର ଏବଂ ବିସ୍ଫୋରକ ଦ୍ରବ୍ୟ ମନ୍ଦିର ଭିତରକୁ ନନେବା ଉଦ୍ଦେ୍ଯଯରେ ଯାଞ୍ଚ କରାଯାଇଥାଏ। ଅନେକ ଦିନ ହେବ ଏହି ଯାଞ୍ଚ କରାଯାଉ ନ ଥିବା ଅଭିଯୋଗ ହୋଇଛି। ବୁଧବାର ମୁଖ୍ୟଦ୍ୱାର ସମ୍ପୂର୍ଣ୍ଣ ରୂପେ ଖୋଲାଥିବାବେଳେ ଅନେକ ପର୍ଯ୍ୟଟକ ବିନା ଦ୍ୱିଧାରେ ପ୍ରବେଶ କରୁଥିବା ଦେଖାଯାଇଛି। ଏହାକୁ କମିଶନରେଟ ପୋଲିସ ପକ୍ଷରୁ କଡ଼ାକଡ଼ି କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଛି।