ମୁମ୍ୱାଇ,୫ା୧: ଦୁଇ ଥରର ଅଲିମ୍ପିକ୍ ପଦକଧାରୀ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଜେଏସ୍ଡବ୍ଲ୍ୟୁ ସ୍ପୋଟର୍ସ ସହ ଏକ ଦଶନ୍ଧି ପୂରୁଣା ସମ୍ପର୍କ ଛିନ୍ନ କରିଛନ୍ତି। ଏଥିସହିତ ସେ ନିଜସ୍ୱ ଆଥଲେଟ୍ ମାନେଜମେଣ୍ଟ ସଂସ୍ଥା ଭେଲ ସ୍ପୋଟର୍ସର ଆରମ୍ଭ କରିଛନ୍ତି। ଚୋପ୍ରା ୨୦୧୬ଠାରୁ ଜେଏସ୍ଡବ୍ଲ୍ୟୁ ସହ ଜଡ଼ିତ ହୋଇଥିଲେ।
ଗତ ଏକ ଦଶନ୍ଧିରେ ଆମର ମିଳିତ ଯାତ୍ରା ଅଭିବୃଦ୍ଧି, ବିଶ୍ୱାସ ଓ ଉପଲବ୍ଧିର ଥିଲା। ମୋ କ୍ୟାରିୟରରେ ଜେଏସ୍ଡବ୍ଲ୍ୟୁ ସ୍ପୋଟର୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ଏବଂ ମୁଁ ସେମାନଙ୍କ ସମର୍ଥନ ଓ ଦୂରଦୃଷ୍ଟି ପାଇଁ ସେମାନଙ୍କ ନିକଟରେ ସର୍ୱଦା କୃତଜ୍ଞ ରହିବି। ଆମେ ଏହି ଅଧ୍ୟାୟ ଶେଷ କରୁଥିବା ବେଳେ ମୁଁ ଏହି ସମାନ ମୂଲ୍ୟବୋଧକୁ ମୋ ଯାତ୍ରର ପରବର୍ତ୍ତୀ ପର୍ଯ୍ୟାୟକୁ ନେଉଛି ବୋଲି ୨୭ ବର୍ଷୀୟ ଚୋପ୍ରା ଏକ ବିବୃତିରେ କହିଛନ୍ତି।