Categories: Home Leftଖେଳ

ଏତିକି ଦିନ ହେଲା ଫୋନଠୁ ଦୂରରେ ଅଛନ୍ତି ନୀରଜ

ଟୋକିଓ,୭।୮: ଅଲମ୍ପିକ୍ସ ପଦକ ହାସଲ କରିବାକୁ ନୀରଜ ପ୍ରଣାପଣେ ଚେଷ୍ଟା କରିବା ସହ କଠିନ ପରିଶ୍ରମ କରିଥିଲେ। ଦୀର୍ଘ ଗୋଟିଏ ବର୍ଷ ହେବ ନୀରଜର ଫୋନ ବନ୍ଦ ରହିଥିଲା ବୋଲି ଦାଦା ଭୀମ ଚୋପ୍ରା କହିଛନ୍ତି। ୧୫ ଦିନ ତଳେ ନୀରଜଙ୍କ ସହ ଭିଡିଓ କଲ କରି କଥା ହୋଇଥିଲି। ଏହା ତା’ର ମ୍ୟାନେଜର ଫୋନ୍‌ ମାଧ୍ୟମରେ କଥା ହୋଇଥିଲୁ। ଏହାପରଠାରୁ କଥା ହୋଇନାହୁଁ। କଠିନ ପରିଶ୍ରମର ଫଳ ସେ ଶେଷରେ ପାଇଛି। ଏଥିପାଇଁ ଭଗବାନଙ୍କୁ କୃତଜ୍ଞତା ଜଣାଉଛି ବୋଲି ଭୀମ୍‌ କହିଛନ୍ତି।