Categories: Home Middleଖେଳ

ନୀରଜ ଚୋପ୍ରାଙ୍କ ବଡ଼ ଖୁଲାସା: କହିଲେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ପଦକ ନ ଜିତିବାର କାରଣ

ଟୋକିଓ,୧୮।୯: ଭାରତୀୟ ଜାଭେଲିନ ତାରକା ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୫ର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ନିରାଶାଜନକ ପ୍ରଦର୍ଶନ କରି ଅଷ୍ଟମ ସ୍ଥାନରେ ରହିଛନ୍ତି। ତାଙ୍କ ଶ୍ରେଷ୍ଠ ଥ୍ରୋ ୮୪.୦୩ ମିଟର ଥିବା ବେଳେ, ପ୍ରଥମ ଥର ଫାଇନାଲରେ ଖେଳୁଥିବା ଭାରତୀୟ ଖେଳାଳି ସଚିନ ଯାଦବ ୮୬.୨୭ ମିଟର ଥ୍ରୋ ସହ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି।

ନୀରଜ କହିଛନ୍ତି, “ଆଜି କ’ଣ ହେଲା ମୁଁ ବୁଝିପାରୁନି। ଦୀର୍ଘ ଦିନ ପରେ ଏପରି ହେଲା। ଟୋକିଓ ଆସିବା ପୂର୍ବରୁ ମୋର ପିଠିରେ ସମସ୍ୟା ଥିଲା, କିନ୍ତୁ ମୁଁ କାହାକୁ କହିନଥିଲି। ଜାଭେଲିନ ଖୁବ୍ କଠିନ, ଶାରୀରିକ ଅବସ୍ଥା ଭଲ ନ ଥିଲେ ଫଳାଫଳ ଖରାପ ହୁଏ।” ସେ ଆହୁରି କହିଛନ୍ତି, “ମୁଁ ଏଥିରୁ ଶିଖିବି। ହୁଏତ ଅଧିକ ଟ୍ରେନିଂ କିମ୍ବା ଟେକନିକ୍ ଉନ୍ନତି ଆବଶ୍ୟକ। ଏହା ଜୀବନ ଓ ଖେଳର ଅଂଶ, ମୁଁ ଏହାକୁ ଗ୍ରହଣ କରି ଆଗକୁ ବଢ଼ିବି।”

ସ୍ୱର୍ଣ୍ଣ ପଦକ ତ୍ରିନିଦାଦ ଓ ଟୋବାଗୋର କେଶୋର୍ନ ୱାଲକଟ (୮୮.୧୬ ମି.) ଜିତିଥିବା ବେଳେ, ଗ୍ରେନାଡାର ଆଣ୍ଡରସନ ପିଟର୍ସ (୮୭.୩୮ ମି.) ରୌପ୍ୟ ଓ କର୍ଟିସ ଥମ୍ପସନ (୮୬.୬୭ ମି.) କାଂସ୍ୟ ଜିତିଛନ୍ତି। ଅଲିମ୍ପିକ ବିଜେତା ପାକିସ୍ତାନର ଅର୍ଶଦ ନାଦୀମ ୮୨.୭୫ ମିଟର ଥ୍ରୋ ସହ ଦଶମ ସ୍ଥାନରେ ରହିଛନ୍ତି

Share