ନୂଆଦିଲ୍ଲୀ,୨୪ା୬: ଭାରତର ଅଲିମ୍ପିକ ଓ ବିଶ୍ୱ ଚାମ୍ପିୟନ ନୀରଜ ଚୋପ୍ରା ଚେକ ରିପବ୍ଲିକର ଅଷ୍ଟ୍ରାଭାରେ ଆୟୋଜିତ ପ୍ରତିଷ୍ଠିତ ୬୪ତମ ଅଷ୍ଟ୍ରାଭା ଗୋଲ୍ଡେନ୍ ସ୍ପାଇକ ୨୦୨୫ (ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ଗୋଲ୍ଡ ଲେଭେଲ) ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ପୁଣି ଥରେ ଦେଶର ଗୌରବ ବୃଦ୍ଧି କରିଛନ୍ତି।
ନୀରଜ ଚୋପ୍ରା ଏହି ଇଭେଣ୍ଟରେ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଅଧିକାର କରିଛନ୍ତି। ରିପୋର୍ଟ ଅନୁସାରେ, ତାଙ୍କର ପ୍ରଥମ ପ୍ରୟାସ ଫାଉଲ ହୋଇଥିଲା, କିନ୍ତୁ ଦ୍ୱିତୀୟ ପ୍ରୟାସରେ ସେ ୮୩.୪୫ ମିଟର ଦୂରତା ହାସଲ କରି ପ୍ରତିଯୋଗିତାରେ ଆଗୁଆ ରହିଥିଲେ। ତାଙ୍କର ଶେଷ ଥ୍ରୋରେ ୮୮.୬୫ ମିଟର ଦୂରତା ହାସଲ କରି ସେ ସ୍ୱର୍ଣ୍ଣ ପଦକ ନିଶ୍ଚିତ କରିଥିଲେ। ଏହି ପ୍ରଦର୍ଶନ ତାଙ୍କୁ ଜର୍ମାନୀର ଜୁଲିୟାନ ୱେବର ଓ ଗ୍ରେନାଡାର ଆଣ୍ଡରସନ ପିଟର୍ସଙ୍କୁ ପଛରେ ରଖିଥିଲେ।