Categories: Home Leftଖେଳ

ଦୋହା ଡାଇମଣ୍ଡ ଲିଗ୍‌ ଜିତିଲେ ନୀରଜ

ଦୋହା,୬ା୫: ଅଲିମ୍ପିକ ଚାମ୍ପିୟନ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍‌ ଜିତିି ୨୦୨୩ ପାଇଁ ବିଜୟ ଯାତ୍ରା ଆରମ୍ଭ କରିଛନ୍ତି। ନୀରଜ ପ୍ରତିଯୋଗିତାରେ ୮୮.୬୭ ମିଟର ଜାଭେଲିନ୍‌ ଥ୍ରୋ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପ୍ରତିଯୋଗିତାରେ ବିଶ୍ୱର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ଭାଗ ନେଇଥିଲେ।

୨୫ ବର୍ଷୀୟ ଚୋପ୍ରା ଗତ ସେପ୍ଟେମ୍ବରରେ ସୁଇଜରଲାଣ୍ଡରେ ୨୦୨୨ ଡାଇମଣ୍ଡ ଲିଗ୍‌ ଫାଇନାଲ ଟ୍ରଫି ହାସଲ କରିଥିଲେ। ଏଠାରେ ତାଙ୍କର ଶ୍ରେଷ୍ଠ ଥ୍ରୋ ୮୮.୬୭ ମିଟର ଯାହାକି ତାଙ୍କ କ୍ୟାରିୟରର ଚତୁର୍ଥ ଶ୍ରେଷ୍ଠ। କାତାର ସ୍ପୋଟର୍‌ସ କ୍ଲବରେ ନୀରଜଙ୍କ ଏହା ଥିଲା ଦ୍ୱିତୀୟ ପଦାର୍ପଣ। ନୀରଜ ପୂର୍ବରୁ ୨୦୧୮ରେ ଏଠାରେ ପ୍ରଥମ ପଦାର୍ପଣରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ରୌପ୍ୟ ଜିତିଥିବା ଚେକ୍‌ ରିପବ୍ଲକିର ଜାକବ ଭାଦଲେଚ୍‌ ତାଙ୍କ ଦ୍ୱିତୀୟ ରାଉଣ୍ଡ ଥ୍ରୋ ୮୮.୬୩ ମିଟର ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଭାଦଲେଚ୍‌ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିଲେ। ଗତବର୍ଷ ଦୋହା ଡାଇମଣ୍ଡ ଲିଗ୍‌ରେ ୯୦.୮୮ ମିଟର ଥ୍ରୋ କରି ଏକ ରୌପ୍ୟ ଜିତିଥିଲେ। ବର୍ତ୍ତମାନର ବିଶ୍ୱ ଚାମ୍ପିୟନ ଆଣ୍ଡରସନ ପିଟର୍ସ ଗତବର୍ଷ ଏଠାରେ ୯୩.୦୭ ମିଟର ଥ୍ରୋ କରି ଇଭେଣ୍ଟ ଜିତିଥିଲେ। କିନ୍ତୁ ଏଥର ୮୫.୮୮ମିଟର ଥ୍ରୋ ସହ ତୃତୀୟ ହୋଇଛନ୍ତି। ସୂଚନାଯୋଗ୍ୟ, ଚୋପ୍ରାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଥ୍ରୋ ୮୯.୯୪ ମିଟର ରହିଛି।