ମୁମ୍ବାଇ, ୭।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଶିବସେନା ପକ୍ଷରୁ କୁହାଯାଇଛି ଯେ, ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରି ଭୋଟ ପାଉ ଥିବା ଭାଜପା ନେତୃତ୍ୱାଧିନ ଏନ୍ଡିଏ ସରକାର ଅନ୍ନଦାତାଙ୍କ ସମ୍ମୁଖରେ ଅସହାୟ ହୋଇପଡ଼ିଛି। ଅନ୍ନଦାତାଙ୍କ ସମସ୍ୟାର ସମାଧାନ ନ କରି କେନ୍ଦ୍ର ସରକାର କେବଳ ଟାଳଟୁଳ ନୀତି ଗ୍ରହଣ କରୁଥିବା ଶିବସେନା ମୁଖପତ୍ର ସାମନାରେ ପ୍ରକାଶ ପାଇଛି। ହାଇଦ୍ରାବାଦ ନଗରପାଳିକା ନିର୍ବାଚନ ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆନନ୍ଦରେ ବିଭୋର ହୋଇ ଉଠିଥିବାବେଳେ ଅନ୍ନଦାତାଙ୍କ ଆନ୍ଦୋଳନ ଅଧିକ ସଙ୍କଟ ଜନକ ହୋଇ ଉଠିଥିବା ଶିବସେନା କହିଛି।