କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ। ଏହି ସମୟରେ ସେ କ୍ୟାଡେଟ ମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ସଚେତନ କରାଇଥିଲେ। ଏହାପରେ ସେ କାଗଜ ପତ୍ର ସମୀକ୍ଷା କରିଥିଲେ। ପ୍ରଥମେ କ୍ୟାଡେଟ ମାନେ ସିଓଙ୍କୁ କଲେଜ ମୂଖ୍ୟ ଫାଟକରୁ ସ୍ବାଗତ କରି ନେଇଥିଲେ । ସିଓଙ୍କ ଗସ୍ତ ସମୟରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ନାଭାଲ ସିଟିଓ ବିଭୂତି ଗୌଡ଼, ପୁର୍ବତନ ନାଭାଲ ଅଫିସର ଡ ରବିନ୍ଦ୍ର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହା ପୁର୍ବରୁ କମାଣ୍ଡିଂଙ୍ଗ ଅଫିସର ଗାଲେରୀ, ମୁଜାଗଡ, କୁଲାଡ ସମେତ ଅନ୍ୟାନ୍ୟ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଏନସିସି ଶାଖା ପରିଦର୍ଶନ କରି ଭଲମନ୍ଦ ପଚାରି ବୁଝିଥିଲେ।

Dharitri – Odisha’s No.1 Odia Daily

Share