‘ସେନା ବାହିନୀରେ ଯୋଗ ଦେବା ଲାଗି ପର୍ଯ୍ୟାପ୍ତ ସୁଯୋଗ ଆଣେ NCC’

ପୁରୁଷୋତ୍ତମପୁର,୧୫ା୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ପ୍ରତାପପୁର ରାଙ୍ଗାଭାଟଲା ତୁମ୍ବନାଥ ବିଦ୍ୟାପୀଠକୁ ଓଡ଼ିଶା ଏନ୍‌ସିସି ବାଟାଲିୟନ ବ୍ରହ୍ମପୁର କମାଣ୍ଡିଂ ଲେଫ୍ଟନେଣ୍ଟ କର୍ନେଲ ସମୀର କୁମାର କର ଆସି ଏନ୍‌ସ୍‌ସି ଓ୍ବିଙ୍ଗ୍‌କୁ ପରିଦର୍ଶନ କରିଛନ୍ତି। ପହଞ୍ଚିବା ପରେ ଏନ୍‌ସିସି କ୍ୟାଡେଟ୍‌ମାନେ ପ୍ରଥମେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦେଇଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ମିନାକ୍ଷୀ ନାୟକ ଓ ଏନ୍‌ସି୍‌ସି କ୍ୟାଡେଟ୍‌ମାନଙ୍କ ସହ ଆଲୋଚନା କରିବା ସହ ଏନ୍‌ସିସି ଭବିଷ୍ୟତକୁ ଅନେକ ସୁଯୋଗ ଦେଇଥାଏ। ଏହାର ସହାୟତାରେ ନିଜର ଦକ୍ଷତା ବିକାଶ କରିବା ସହ ସେନା ବାହିନୀରେ ଯୋଗଦେବା ଲାଗି ପ୍ରର୍ଯ୍ୟାପ୍ତ ସୁଯୋଗ ଆଣିଥାଏ ବୋଲି କହି ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ କର୍ନେଲ।