Categories: Home Leftଖେଳ

ବାଂଲାଦେଶ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ପଦ ଛାଡିବେ ନଜମୁଲ ହସନ

ଢାକା,୧୩।୧: ନଜମୁଲ ହସନ ବାଂଲାଦେଶ କ୍ରିକେଟ ବୋର୍ଡର ସଭାପତି ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ବାଂଲାଦେଶ ସରକାରରେ କ୍ରୀଡ଼ା ମନ୍ତ୍ରୀ ପଦ ପାଇବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ସେ ଏହି ପଦବୀରେ ୧୨ବର୍ଷ ଧରି ରହିଥିଲେ।
ଚଳିତ ବର୍ଷ ଆରମ୍ଭରେ ବାଂଲାଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ନଜମୁଲ ହସନ ମଧ୍ୟ ପ୍ରାର୍ଥୀ ହୋଇଥିଲେ। ତାଙ୍କୁ ଜାନୁଆରୀ ୭ ରେ ବିଜେତା ଘୋଷିତ କରାଯାଇଥିଲା। ସେ ପୂର୍ବରୁ ମଧ୍ୟ ସାଂସଦ ରହିଛନ୍ତି। ଏଥର ଯେତେବେଳେ ସେ ପୁନର୍ବାର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ, ତାଙ୍କୁ ଯୁବ ଓ କ୍ରୀଡ଼ା ବିଭାଗରେ ମନ୍ତ୍ରୀ ପଦ ଦିଆଯାଇଥିଲା। ସେ ଜାନୁଆରୀ ୧୧ରେ ନିଜେ ଏହି ବିଭାଗର ଦାୟିତ୍ୱ ଗ୍ରହଣ କରିଥିଲେ। ସେବେଠାରୁ କଳ୍ପନାଜଳ୍ପନା କରାଯାଉଥିଲା ଯେ ନଜମୁଲ ବର୍ତ୍ତମାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ ପଦ ଛାଡିପାରନ୍ତି। ବର୍ତ୍ତମାନ ସେ ନିଜେ ଏହି କଳ୍ପନାଜଳ୍ପନାର ଅନ୍ତ କରିଛନ୍ତି।

Share