ନବୀନଙ୍କ ଗସ୍ତର ଏପାଖସେପାଖ: ନବୀନଙ୍କ ରୋଡ ଶୋ’ ଦେଖିଲେ ଢୋଲକିଆ ପରିବାରର

ନୂଆପଡ଼ା,୭ା୧୧ (ମକାରୁ ବେମାଲ): ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍‌ ଶୋ ଅବସରରେ ଖରିଆର ରୋଡ୍‌ ଏନ୍‌ଏସି ଓ ନୂଆପଡ଼ା ସହରରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଯେଉଁପଟେ ଦେଖିଲେ ଶଙ୍ଖ ଝଣ୍ଡା ଓ ନବୀନ ଧ୍ୱନି ପଡୁଥିଲା। ନବୀନଙ୍କୁ ଦେଖି ଲୋକେ ସତେଯେମିତି ବିଭୋର ହୋଇଯାଇଥିଲେ।
କଡ଼ା ସୁରକ୍ଷା ବଳୟରେ ରୋଡ୍‌ ଶୋ’
ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ବହୁ ସଂଖ୍ୟାରେ ପୋଲିସ ମୁତୟନ ହୋଇଥିଲେ। କଡା ସୁରକ୍ଷା ବଳୟରେ ରୋଡ୍‌ ଶୋ’ ହୋଇଥିଲା। କୌଣସି ସ୍ଥାନରେ ଯେମିତି କିଛି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପ୍ରତି ପୋଲିସ ନଜର ରଖିଥିଲା ା
ଲୋକନୃତ୍ୟରେ ଦର୍ଶକ ଝୁମିଲେ
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍‌ ଶୋ ସମୟରେ ପଶ୍ଚିମ ଓଡିଶାର ପାରମ୍ପରିକ ସମ୍ବଲପୁରୀ ଲୋକନୃତ୍ୟ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା। ଡାଲଖାଇ ଲୋକଗୀତରେ ଲୋକେ ଝୁମି ଉଠିଥିଲେ। ଏଥିରେ ଘଣ୍ଟବାଦ୍ୟ, ବୀରବାଦ୍ୟ ଘୁମୁରା, ମହିଳା ଓ ପୁରୁଷ ସଂକୀର୍ତ୍ତନ, ଆଦିବାସୀ ନୃତ୍ୟ, ବିଭିନ୍ନ ପ୍ରକାର ବାଜା ସହ ଘୋଡାନାଚର ଝଲକ ଦେଖିବାକୁ ମିଳିଥିଲା।
୩ ଘଣ୍ଟା କାଳ ଟ୍ରାଫିକ ସମସ୍ୟା
ଖରିଆର ରୋଡ୍‌ଠାରୁ ନୂଆପଡ଼ା ଏକତା ଛକ ପର୍ଯ୍ୟନ୍ତ ପାଖାପାଖି ୧୩ କିଲୋମିଟର ରୋଡ୍‌ ଶୋ’ ବେଳେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ଦୀର୍ଘ ୩ ଘଣ୍ଟା ଧରି ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ମୋଟରର ଲମ୍ବା ଧାଡି ଦେଖିବାକୁ ମିଲିଥିଲା।
ହେଲିକପ୍ଟର ଦେଖିବା ପାଇଁ ଭିଡ଼
ଆଦିବାସୀ ଅଧ୍ୟୁଷିତ ଉପାନ୍ତ ନୂଆପଡ଼ା ଜିଲାରେ ଅନ୍ୟ ଦିନମାନଙ୍କରେ ଉଡାଜାହାଜ କିମ୍ବା ହେଲିକପ୍ଟର ଦେଖିବାକୁ ମିଳେ ନାହିଁ ା ଜିଲାକୁ ନେତା କିମ୍ବା ମନ୍ତ୍ରୀ ହେଲିକପ୍ଟରରେ ଆସିଲେ ଲୋକଙ୍କୁ ଦେଖିବାକୁ ମିଳିଥାଏ। ଶୁକ୍ରବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହେଲିକପ୍ଟରରେ ପହଞ୍ଚତ୍ବା ସମୟରେ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଥିଲା।
ଜଙ୍ଗଲି ଜନ୍ତୁଙ୍କ ବେଶ ଆକୃଷ୍ଟ କଲା
ନବୀନ ପଟ୍ଟନାୟକଙ୍କ ରୋଡ୍‌ ଶୋ’ ସମୟରେ ଭାଲୁ, ବିରାଡି ଭଳି ଜଙ୍ଗଲି ଜନ୍ତୁଙ୍କ ବେଶ ଲୋକଙ୍କୁ ଆକୃଷ୍ଟ କରିଥିଲା। କଳାକାରମାନେ ବନ୍ୟଜନ୍ତୁଙ୍କ ବେଶରେ ଅନେକ ପ୍ରକାର ଠାଣି କରି ଜନ ଗହଳି ଭିତରେ ବୁଲୁଥିବା ଦେଖିବାକୁ ମିଳିଥିଲା।
ନବୀନଙ୍କ ରୋଡ ଶୋ’ ଦେଖିଲେ ଢୋଲକିଆ ପରିବାରର ସମ୍ପର୍କୀୟ
ଶୁକ୍ରବାର ଖରିଆର ରୋଡ୍‌ ପୋଲିସ ପଡିଆଠାରୁ ନୂଆପଡା ଏକତା ଛକ ପର୍ଯ୍ୟନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍‌ ଶୋ’ ରହିଥିଲା। ସେହି ସମୟରେ ଢୋଲକିଆ ପରିବାରର ସମ୍ପର୍କୀୟମାନେ ଛାତ ଉପରେ ଚଢି ଏହାକୁ ଦେଖୁଥିବା ଲକ୍ଷ୍ୟ କରାଯାଇଥିଲା।
ଦେଢଘଣ୍ଟା ବିଳମ୍ବରେ ଆସିଲେ ନବୀନ
ଶୁକ୍ରବାର ପୂର୍ବାହ୍ନ ସାଢେ ୧୧ଟାରେ ଖରିଆର ରୋଡ୍‌ ପୋଲିସ ପଡିଆରେ ନବୀନ ହେଲିକପ୍ଟରରେ ଅବତରଣ କରିବା କାର୍ଯ୍ୟକ୍ରମ ରହିଥିଲା। ହେଲେ ଦେଢଘଣ୍ଟା ବିଳମ୍ବରେ ସେ ଆସିବାରୁ ଲୋକେ ବ୍ୟସ୍ତବିବ୍ରତ

Dharitri – Odisha’s No.1 Odia Daily

ହୋଇପଡିଥିଲେ।